ପଞ୍ଚଭୂତରେ ଲୀନ ହେଲେ କେକେ: ମୁଖାଗ୍ନି ଦେଲେ ପୁଅ, ଦେଶ ଦେଲା ଅଶ୍ରୁଳ ବିଦାୟ

Advertisment
ପଞ୍ଚଭୂତରେ ଲୀନ ହେଲେ କେକେ: ମୁଖାଗ୍ନି ଦେଲେ ପୁଅ, ଦେଶ ଦେଲା ଅଶ୍ରୁଳ ବିଦାୟ

ମୁମ୍ବାଇ: 'ହମ୍ ରହେ ୟା ନା ରହେଁ କଲ୍ ...' ପରି ଲୋକପ୍ରିୟ ଗୀତ ଗାଇ ଲୋକଙ୍କ ହୃଦୟରେ ରାଜ୍ କରିଥିବା କଣ୍ଠଶିଳ୍ପୀ କେ.କେ ଆଜି ସବୁଦିନ ପାଇଁ ଏଦୁନିଆରୁ ବିବାୟ ନେଇଛନ୍ତି। କୋଲକାତାରେ ଏକ କନସର୍ଟ ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ମୁମ୍ବାଇର ଅନ୍ତିମ ସଂସ୍କାର କରାଯାଇଛି। ମୁମ୍ବାଇର ବର୍ସୋଭାସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, କେକେଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ତେବେ ଶ୍ମଶାନକୁ ଯିବା ପୂର୍ବରୁ ବଲିଉଡର ଅନେକ କଣ୍ଠଶିଳ୍ପୀ ତାଙ୍କର ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।

କୋଲକାତାର ନଜୁରଲ ମଞ୍ଚଠାରେ ଏକ ସଂଗୀତ ସମାରୋହରେ ଯୋଗ ଦେବାକୁ ସେ  ଯାଇଥିଲେ। ସଂଗୀତ ପରିବେଷଣ ପରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରାତି ପ୍ରାୟ  ୧୦ଟାରେ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର।

ତେବେ କୋଲକାତାରେ କେକେଙ୍କ ମୃତ୍ୟୁ ପରେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଦାବି କରିଛି କଂଗ୍ରେସ। ମଙ୍ଗଳବାର ସନ୍ଧ୍ୟାରେ ନଜରୁଲ ମଞ୍ଚରେ ଏକ କନ୍‌ସର୍ଟରେ କେକେ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରବଳ ଭିଡ଼ ସାଙ୍ଗକୁ ଅଡିଟୋରିୟମ ଭିତରେ ଏସି ବନ୍ଦ ରହିବାରୁ ଅଣନିଶ୍ବାସୀ ପରିସ୍ଥିତି ସୃଷ୍ଟି ହୋଇଥିଲା। କେକେଙ୍କ ମୃତ୍ୟୁ ପାଇଁ କନସର୍ଟ ଭେନ୍ୟୁରେ ପରିଚାଳନାଗତ ତ୍ରୁଟିକୁ ଦାୟୀ କରି ଏହାର ତଦନ୍ତ ଦାବି କରିଛନ୍ତି ଅଧୀର ରଂଜନ। ସେ କହିଛନ୍ତି, କେକେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ନଜରୁଲ ମଞ୍ଚର ପରିବେଶ, ଏହି ପ୍ଲାଟଫର୍ମର ସମାଲୋଚିତ ତ୍ରୁଟି ସହିତ ଅନେକ ଅସ୍ୱାଭାବିକ ପ୍ରଶ୍ନ ଉଙ୍କି ମାରୁଛି। ତେଣୁ କେକେଙ୍କ ଦୁଃଖଦ ମୃତ୍ୟୁ ପଛର କାରଣ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe