କେ.କେ ମହମ୍ମଦଙ୍କ ଖନନ ରିପୋର୍ଟ ଇତିହାସ ସୃଷ୍ଟି କଲା: ବାବରି ମସ୍‌ଜିଦ ତଳେ ମନ୍ଦିର ଥିବା ପ୍ରଥମେ ସୂଚନା ଦେଇଥିଲେ

ହିନ୍ଦୁ ପୁରାଣର ବୈଜ୍ଞାନିକ ଆଧାର ରହିଛି

କେ.କେ ମହମ୍ମଦଙ୍କ ଖନନ ରିପୋର୍ଟ ଇତିହାସ ସୃଷ୍ଟି କଲା: ବାବରି ମସ୍‌ଜିଦ ତଳେ ମନ୍ଦିର ଥିବା ପ୍ରଥମେ ସୂଚନା ଦେଇଥିଲେ

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ଶ୍ରେଷ୍ଠ ଏବଂ ହିନ୍ଦୁ ପୁରାଣଗୁଡ଼ିକର ବୈଜ୍ଞାନିକ ଆଧାର ରହିଛି ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ପୂର୍ବତନ ନିର୍ଦ୍ଦେଶକ କେ.କେ. ମହମ୍ମଦ କହିଛନ୍ତି। ଭାରତୀୟ ହିନ୍ଦୁମାନଙ୍କ ମନ୍ଦିର ନିର୍ମାଣ କଳା ଅଦ୍ବିତୀୟ। ଏହାର ତୁଳନା ନାହିଁ। ବିଭିନ୍ନ ହିନ୍ଦୁ ପୁରାଣକୁ ଆଧାର କରି ପ୍ରତ୍ନତାତ୍ତ୍ବିକ ଖନନ ପରେ ଭାରତରୁ ଅନେକ ମନ୍ଦିର, କାରୁକୀର୍ତ୍ତି ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳି ପାରିଛି। ସୂଚନାଯୋଗ୍ୟ, ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବରି ମସ୍‌ଜିଦ୍‌ ତଳେ ହିନ୍ଦୁ ମନ୍ଦିର ଥିଲା ବୋଲି ପ୍ରଥମେ ମହମ୍ମଦ ସୂଚନା ଦେଇଥିଲେ। ଏଏସ୍‌ଆଇ ଖନନ ବେଳେ ଏଠାରେ ଏକ ହିନ୍ଦୁ ମନ୍ଦିର ଥିଲା ବୋଲି ମହମ୍ମଦ ତଥ୍ୟ ଉପସ୍ଥାପନ କରି ସରକାରଙ୍କୁ ଜଣାଇଥିଲେ। ମାତ୍ର, ସେତେବେଳେ ଏହାକୁ କେହି ଗୁରୁତ୍ବ ଦେଇ ନଥିଲେ।

publive-image

ଏଭଳି ତଥ୍ୟ ପ୍ରକାଶ କରିବାରୁ ମହମ୍ମଦ ମୁସ୍‌ଲିମ ସମ୍ପ୍ରଦାୟର ରୋଷର ଶିକାର ମଧ୍ୟ ହୋଇଥିଲେ। ତାଙ୍କର ଏହି ତଥ୍ୟକୁ ସେତେବେଳେ ଭାରତର ବହୁ ଗବେଷକ ଗ୍ରହଣ କରି ନଥିଲେ। ମାତ୍ର, ମସ୍‌ଜିଦ୍‌ ତଳେ ମନ୍ଦିର ଥିବା ନେଇ ନିକଟରେ ସୁପ୍ରିମ୍‌ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିବା ପରେ ମହମ୍ମଦ ଖୁସି ପ୍ରକାଶ କରିଛନ୍ତି। ସେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇବା ସହ ଯଥାର୍ଥ ବୋଲି କହିଛନ୍ତି ଏବଂ ଏହି ରାୟ ଯୋଗୁଁ ମୁଁ ଏବେ ଦୋଷମୁକ୍ତ ଅନୁଭବ କରୁଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପ୍ରଖ୍ୟାତ ପ୍ରତ୍ନତତ୍ତ୍ବବିତ୍‌ ଡ. ବି.ବି. ଲାଲ୍‌ଙ୍କ ନେତୃତ୍ବରେ ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି-ବାବରି ମସ୍‌ଜିଦ୍‌ ସ୍ଥଳରେ ଖନନ ହୋଇଥିଲା। ସେତେବେଳେ ମହମ୍ମଦ ହିଁ ଏହି ପ୍ରତ୍ନତାତ୍ତ୍ବିକ ବିଶେଷଜ୍ଞ ଦଳର ମୁଖ୍ୟ ପ୍ରତ୍ବତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିଲେ। ମହମ୍ମଦଙ୍କ ନେତୃତ୍ବରେ ବିହାରର କେଶରିଆର ଅଶୋକଙ୍କ ଦ୍ବାରା ନିର୍ମିତ ବୁଦ୍ଧ ସ୍ତୁପ, ବୈଶାଳୀର ବୌଦ୍ଧବିହାର, ଫତେପୁର ସିକ୍ରିଠାରେ ଆକବରଙ୍କ ଇବାଦତ୍‌ ଖାନା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଖନନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe