ପ୍ରାରମ୍ଭିକ ମୂଲ୍ୟ ୨ କୋଟି ଟଙ୍କାରେ ଭଜିଙ୍କୁ କିଣିଲା କେକେଆର, ୨୦ଲକ୍ଷରେ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment
ପ୍ରାରମ୍ଭିକ ମୂଲ୍ୟ ୨ କୋଟି ଟଙ୍କାରେ ଭଜିଙ୍କୁ କିଣିଲା କେକେଆର, ୨୦ଲକ୍ଷରେ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମୀ ଶେଷ ହୋଇଛି। ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଆଜି ଖେଳାଳି ନିଲାମୀରେ ୧୬.୨୫ କୋଟି ଟଙ୍କାରେ ନିଲାମ ହୋଇ ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ। ତାଙ୍କ ତଳକୁ ଦ୍ବିତୀୟରେ ଦାମୀ ଖେଳାଳି ହୋଇଛନ୍ତି ନ୍ୟୁଜିଲାଣ୍ଡର କାଇଲ୍ ଜାମିସନ୍। ୧୫କୋଟି ଟଙ୍କାରେ କାଇଲ୍ ଜାମିସନଙ୍କୁ  କିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଚଳିତ ବର୍ଷ ଏହି ୨ଖେଳାଳିଙ୍କୁ ଅଧିକ ଦାମରେ କିଣିଛି ଆରସିବି। ତେବେ  ନିଲମୀର ପ୍ରଥମ ସେସନରେ ବରିଷ୍ଠ ସ୍ପିନର  ହରଭଜନ ସିଂହଙ୍କୁ କେହି କିଣି ନଥିବା ବେଳେ ଶେଷ ବେଳକୁ ତାଙ୍କର ପ୍ରାରମ୍ଭିକ ମୂଲ୍ୟ ୨କୋଟି ଟଙ୍କାରେ ତାଙ୍କୁ କିଣିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)।

ଏହା ସହ ଭାରତୀୟ କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ତଥା ବାମହାତୀ ପେସର୍  ଅଜୁର୍ନ ତେନ୍ଦୁଲକରଙ୍କୁ ପ୍ରାରମ୍ଭିକ ମୂଲ୍ୟ ୨୦ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସ ଏକମାତ୍ର ଫ୍ରାଞ୍ଚାଇଜ ଥିଲା, ଯିଏକି ସଚିନ ତେନ୍ଦୁଲକରଙ୍କ ପୁଅ ପାଇଁ ନିଲାମ ଡ଼ାକିଥିଲା। ଆଜିର ଏହି ନିଲାମୀରେ ୮ଟି ଫ୍ରାଞ୍ଚାଇଜ୍ ୫୭ଖେଳାଳିଙ୍କ ପାଇଁ ୧୪୫,୩୦,୦୦,୦୦୦ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

Image result for arjun tendulkar InsideSport

ସେହିଭଳି କ୍ରିକେଟର କେଦାର ଯାଦବଙ୍କୁ ତାଙ୍କ ପ୍ରାରମ୍ଭିକ ମୂଲ୍ୟ ୨କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ତେବେ କ୍ରିସ୍ ମୋରିସଙ୍କ ପରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସୱେଲ ଭଲ ଦରରେ ବିକ୍ରି ହୋଇଛନ୍ତି । ମାକ୍ସୱେଲଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ତାଙ୍କୁ କିଣିବା ପାଇଁ ବିଡ୍ ୧୪କୋଟି ଅତିକ୍ରମ କରିଥିବା ବେଳେ ବାଜି ମାରିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଆରସିବି ମାକ୍ସୱେଲଙ୍କୁ ୧୪.୨୫ କୋଟିରେ କିଣିଛି। ମାକ୍ସୱେଲଙ୍କୁ କିଣିବା ପାଇଁ ଆରସିବି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ  (ସିଏସକେ) ଭିତରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।

ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ୨.୨୦ କୋଟି ଟଙ୍କାରେ ଷ୍ଟିଭ ସ୍ମିଥଙ୍କୁ କିଣିଥିବା ଜଣାପଡ଼ିଛି। ଷ୍ଟିଭ ସ୍ମିଥଙ୍କ ପ୍ରାରମ୍ଭିକ ମୂଲ୍ୟ ଥିଲା ୨କୋଟି। ଏଥି ସହିତ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜେସର ରଏ, ଆଲେକ୍ସ ହାଲ୍ସଙ୍କୁ ଏ ପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜି କିଣି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଂଲାଦେଶର ଷ୍ଟାର କ୍ରିକେଟର ଶାକିବ ଅଲ-ହସନ ଆଇପିଏଏଲ୍ ୨୦୨୧ରେ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିବେ। ତାଙ୍କୁ ଫ୍ରାଞ୍ଚାଇଜି ୩କୋଟି ୨୦ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀଙ୍କୁ କିଣିଛି । ତାଙ୍କର ବେସ୍ ପ୍ରାଇସ(ପ୍ରାରମ୍ଭିକ ମୂଲ୍ୟ) ୨କୋଟି ଟଙ୍କା ଥବା ବେଳେ ସିଏସକେ ତାଙ୍କୁ ୭କୋଟିରେ କିଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe