କେଏମ୍‌ପି ଏକ୍ସପ୍ରେସ େଓ୍ଵ ଉଦ୍‌ଘାଟନରେ କଂଗ୍ରେସକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ: କମନେଓ୍ଵଲ୍ଥ ଗେମ୍ସ ବେଳେ ସରିବାକୁ ଥିବା କାମ ଏବେ ସରିଲା, କାରଣ ସମସ୍ତଙ୍କୁ ଜଣା

Advertisment
କେଏମ୍‌ପି ଏକ୍ସପ୍ରେସ େଓ୍ଵ ଉଦ୍‌ଘାଟନରେ କଂଗ୍ରେସକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ: କମନେଓ୍ଵଲ୍ଥ ଗେମ୍ସ ବେଳେ ସରିବାକୁ ଥିବା କାମ ଏବେ ସରିଲା, କାରଣ ସମସ୍ତଙ୍କୁ ଜଣା

Business Today

ନୂଆଦିଲ୍ଲୀ: ହରିଆଣାର ବହୁପ୍ରତୀକ୍ଷିତ କୁଣ୍ଡେଲୀ-ମନେସର୍‌-ପଲଓ୍ଵାଲ(କେଏମ୍‌ପି) ଏକ୍ସପ୍ରେସ୍‌ େଓ୍ଵକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି।ଏହାକୁ ଉଦ୍‌ଘାଟନ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ୩.୨ କିମି ଦୀର୍ଘ ମେଟ୍ରୋ ଟ୍ରେନ୍‌ ଲାଇନ୍‌କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ମେଟ୍ରୋ ଲାଇନ୍‌ ଦିଲ୍ଲୀକୁ ହରିଆଣାର ଫରିଦାବାଦ୍‌ ସହ ଯୋଡ଼ିବ। ଏଥିସହ ପ୍ରଧାନମନ୍ତ୍ରୀ ପାଲଓ୍ଵାଲ୍‌ ଜିଲ୍ଲାର ଦୁଧାଲୋଠାରେ ଶ୍ରୀବିଶ୍ୱକର୍ମା ସ୍କିଲ୍‌ ୟୁନିଭର୍ସିଟିର ଶିଳାନ୍ୟାସ କରିଛନ୍ତି।

ଏହି ଉଦଘାଟନ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି ଏହି ପ୍ରକଳ୍ପ ଦିଲ୍ଲୀରେ ଅନୁଷ୍ଠିତ କମନେଓ୍ଵଲ୍ଥ ଗେମ୍ସ ସମୟରେ ଶେଷ ହେବାର ଥିଲା କିନ୍ତୁ ତାହା ହୋଇପାରି ନ ଥିଲା।କମନେଓ୍ଵଲ୍ଥ ଗେମ ସମୟରେ କ’ଣ ହୋଇଥିଲା ତାହା ଆପଣମାନଙ୍କୁ ଭଲଭାବେ ଜଣା। ଏ କଥା କହି ସେ ୟୁପିଏ ସରକାର ଅମଳରେ କମନେଓ୍ଵଲ୍ଥ ଗେମ୍ସ ସମୟରେ ହୋଇଥିବା ଦୁର୍ନୀତିକୁ ଇଙ୍ଗିତ କରିଥିଲେ।

ଏଥିସହ ୨୦୦୯ ମସିହାରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହେବା ଲାଗି ୧୫ ବର୍ଷ ଲାଗି ଯାଇଥିଲା। ୧୩୬ କିଲୋମିଟର ଦୀର୍ଘ ଏହି ଏକ୍ସପ୍ରେସ୍‌ େଓ୍ଵ ଦ୍ୱାରା ଦିଲ୍ଲୀକୁ ପ୍ରବେଶ କରୁଥିବା ପ୍ରଦୂଷଣକାରୀ ଯାନବାନ ବାହାରେ ବାହାରେ ଚାଲିଯିବ। ଏହି ରାଜପଥ ଜରିଆରେ ଉତ୍ତର ହରିଆଣା ସହ ଗୁରୁଗ୍ରାମ,ଫରିଦାବାଦ ଓ ପଲ୍‌ଓ୍ଵାଲ୍‌ ସହର ଯୋଡ଼ି ହୋଇଯିବ। ୬,୦୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏକ୍ସପ୍ରେସ େଓ୍ଵ ଦ୍ୱାରା ଦିଲ୍ଲୀରୁ କିଛି ପରିମାଣରେ ଯାନବାହନ ଜନିତ ପ୍ରଦୂଷଣ କରିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe