ତେହେରାନ: ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଯଦି ସବୁଠାରୁ ଅଧିକ କିଛି ଚର୍ଚ୍ଚାରେ ଥାଏ ତାହାଲେ ସେହି କଥାଟି ହେଉଛି ଇରାନର ନ୍ୟୁଜ ଆଙ୍କର ସାହର ଇମାମୀ । କାରଣ ଗତକାଲି ଠାରୁ ଆଜି ଯାଏଁ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଇମାମୀଙ୍କ ସାହସ ଏବଂ ତାଙ୍କ ସାହସୀ ଉପସ୍ଥାପନାକୁ ନେଇ ଚର୍ଚ୍ଚା ହେଉଛି । ଗତକାଲି ଲାଇଭ୍ ନ୍ୟୁଜ ପଢିଲା ବେଳେ ହଠାତ୍ ଟିଭି ଷ୍ଟୁଡିଓରେ ହମଲା ହେଲା, ଷ୍ଟୁଡିଓ ଦୋହଲିଗଲା, ଆଙ୍କର ଛାନିଆରେ ଜୀବନ ବିକଳରେ କ୍ୟାମେରା ଆଗରୁ ଧାଇଁ ପଳେଇଲେ, ଷ୍ଟୁଡିଓ କଳା ଧୂଆଁରେ ଭରିଗଲା ଆଉ ପ୍ରସାରଣ ବନ୍ଦ ହୋଇଗଲାଟ୍ଟ ଇରାନର ସରକାରୀ ଟିଭି ଚ୍ୟାନେଲ ଉପରେ ଇସ୍ରାଏଲର ଆକ୍ରମଣ ପରେ ପରିସ୍ଥିତି ଏମିତି ଥିଲା । ମାତ୍ର କିଛି ସମୟ ପରେ ଜୀବନ ବିକଳରେ ଷ୍ଟୁଡିଓ ଛାଡି ପଳାଇଥିବା ନ୍ୟୁଜ ଆଙ୍କର ପୁଣି ଥରେ ଟିଭି ପରଦାକୁ ଫେରିଥିଲେ, ପୁଣି ଥରେ ପ୍ରସାରଣ ଆରମ୍ଭ ହୋଇଥିଲା । ଆଉ ତାଙ୍କର ଇସ୍ରାଏଲ ବିରୋଧୀ ସ୍ବରର ସମସ୍ତଙ୍କୁ ଛଇଁଗଲା । ରାତାରାତି ସେ ସାଜିଗଲେ ସମସ୍ତଙ୍କ ପ୍ରିୟ । ସବୁଠି ଇମାମୀଙ୍କ ପ୍ରଶଂସା କରାଯାଉଥିବା ବେଳେ ତାଙ୍କ ବାବଦରେ ଜାଣିବାକୁ ସମସ୍ତେ ଆଗ୍ରହୀ । ତେବେ ଆସନ୍ତୁ ଜାଣିବା ଇମାମୀଙ୍କ ଅଜଣା କଥା ।
୧୯୮୫ ମସିହାରେ ତେହେରାନରେ ଜନ୍ମ ଗ୍ରହଣ କରିଥିଲେ ସାହର ଇମାମୀ । ଯଦିଓ ସେ କୃଷି ଇଞ୍ଜିନିୟରିଂର ଡିଗ୍ରୀ ହାସଲ କରିଛନ୍ତି ମାତ୍ର ତାଙ୍କର ପସନ୍ଦ ଥିଲା ସାମ୍ବାଦିକତା । ତେଣୁ ସେ ନିଜ ସାମ୍ବାଦିକତାର କ୍ୟାରିୟର ୨୦୦୮ ମସିହାରେ ତେହେରାନର ସ୍ଥାନୀୟ ଚେନାରୁ ଆରମ୍ଭ କରିଥିଲେ । ପରେ ୨୦୧୦ରେ ଆଇଆରଆଇଏନଏନର ରାଜନୈତିକ ଟିମରେ ସାମିଲ ହେଲେ । ପ୍ରାରମ୍ଭିକ ସମୟରେ ବ୍ୟାକ୍ ହୋମ୍, ମର୍ଣ୍ଣିଂ ଓ୍ବିଥ୍ ନ୍ୟୁଜ୍ କାର୍ଯ୍ୟକ୍ରମ କରୁଥିବା ବେଳେ ପରେ ‘ନ୍ୟୁଜ୍ ଷ୍ଟାଣ୍ଡ’ କାର୍ଯ୍ୟକ୍ରମ ଜରିଆରେ ସେ ଘରେ ଘରେ ପରିଚିତ ହୋଇଗଲେ । ନିଜର ପ୍ରଭାବୀ ସ୍ବର, ପ୍ରସଙ୍ଗ ଭିତ୍ତିକ ବିତର୍କ ଏବଂ ବ୍ୟକ୍ତିତ୍ବ ପାଇଁ ସେ ଆଗ ଧାଡିର ପ୍ରାଇମ୍ ଟାଇମ୍ ଆଙ୍କର ବନିଗଲେ ।
ଦୀର୍ଘ ସମୟ ଧରି ଦର୍ଶକଙ୍କ ପସର ଆଙ୍କର ସାଜିଥିବା ଇମାମୀ ଗତକାଲି ଇସ୍ରାଏଲ ଖବର ପରିବେଷଣ ବେଳେ ହମଲା ଏବଂ ପରେ ପୁଣି ଥରେ ପରଦାକୁ ଫେରି ସାରା ଇରାନରେ ସେ ସାହସୀ ସାମ୍ବାଦିକା ବୋଲି ପରିଚୟ ପାଇଛନ୍ତି । ଇମାମୀ ପରଦାକୁ ଫେରି କହିଥିଲେ- ଇସ୍ରାଏଲ ଇରାନକୁ ଆକ୍ରମଣ କରି ଦୋହଲାଇ ଦେଇ ପାରିବ ମାତ୍ର ସତ୍ୟକୁ ଦୋହଲାଇ ପାରିବନି । ଇମାମୀଙ୍କ ଏହି କଥା ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ତାଙ୍କୁ ଇସ୍ରାଏଲ ବିରୋଧୀ ସ୍ବରର ଏକମାତ୍ର ଚେହେରା ବୋଲି ମନାଯାଉଛି ।
ତେବେ ଇରାମ-ଇସ୍ରାଏଲ ଯୁଦ୍ଧ ଭିତରେ ସଙ୍କଟ ସମୟରେ ଖବର ପ୍ରସାରଣ କରୁଥିବାରୁ ଇମାମୀ ନ୍ୟୁଜ ପଢିବା ବେଳେ ବିନା ମେକଅପରେ ପଢିଥିଲେ । ଇମାମୀ ବିବାହିତା ଏବଂ ତାଙ୍କର ଗୋଟେ ପିଲା ମଧ୍ୟ ଅଛି । ତେବେ ଆଙ୍କରଙ୍କ ଏହି ସାହସ ପାଇଁ ସେ ସାରା ଇରାନରେ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ ଟିଭି ଆଙ୍କରଙ୍କ ପାଇଁ ସେ ଏବେ ପ୍ରେରଣା ପାଲଟିଛନ୍ତି ।
ଅଧିକ ପଢନ୍ତୁ-
ଇରାନରେ ହିରୋ ବନିଗଲେ ନ୍ୟୁଜ ଆଙ୍କର: ଇସ୍ରାଏଲର ଆକ୍ରମଣ ପରେ ପୁଣି ଲାଇଭ ବୁଲେଟିନ୍ ପଢି ସାଜିଲେ ସାହସୀ ଯୋଦ୍ଧା..
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/17/aheoLAanNk510rlUBrSy.jpg)