ନୂଆଦିଲ୍ଲୀ: ଟିଭିରେ ଲାଇଭ୍ ବୁଲେଟିନ୍ ପଢୁଥିଲେ, ହଠାତ୍ ଟିଭି ଷ୍ଟୁଡିଓରେ ହମଲା ହେଲା, ଷ୍ଟୁଡିଓ ଦୋହଲିଗଲା, ଆଙ୍କର ଛାନିଆରେ ଜୀବନ ବିକଳରେ କ୍ୟାମେରା ଆଗରୁ ଧାଇଁ ପଳେଇଲେ, ଷ୍ଟୁଡିଓ କଳା ଧୂଆଁରେ ଭରିଗଲା ଆଉ ପ୍ରସାରଣ ବନ୍ଦ ହୋଇଗଲାଟ୍ଟ ଇରାନର ସରକାରୀ ଟିଭି ଚ୍ୟାନେଲ ଉପରେ ଇସ୍ରାଏଲ ଆକାଶ ମାର୍କରୁ ଆକ୍ରମଣ ପରେ ଗତକାଲି ଏମିତି ଥିଲା ପରିସ୍ଥିତି ହେଲେ କିଛି ସମୟ ପରେ ବଦଳିଗଲା ପରିସ୍ଥିତି..
❤️🇮🇷 SAHAR EMAMI WILL NOT BE SILENCED! pic.twitter.com/GNBEBV6avE
— Ravinder Kapur. (@RavinderKapur2) June 17, 2025
ଜୀବନ ବିକଳରେ ଷ୍ଟୁଡିଓ ଛାଡି ପଳାଇଥିବା ନ୍ୟୁଜ ଆଙ୍କର ପୁଣି ଥରେ ଟିଭି ପରଦାକୁ ଫେରିଥିଲେ, ପୁଣି ଥରେ ପ୍ରସାରଣ ଆରମ୍ଭ ହୋଇଥିଲା । ଏଥର ପୂର୍ବ ଠାରୁ ଅଧିକ ଦୃଢ ଲାଗୁଥିଲେ ଟିଭି ଉପସ୍ଥାପିକା । ତାଙ୍କ ସ୍ବରରେ ଥିଲା ଇସ୍ରାଏଲର ନିଚ୍ଚ ଆକ୍ରମଣ ବିରୋଧୀ ବାର୍ତ୍ତା । ଇସ୍ରାଏଲକୁ କଡା ଶବ୍ଦରେ ପୁଣି ଥରେ ଟିଭି ପରଦାରେ ବସି ନିନ୍ଦା କରିବା ଆରମ୍ଭ କଲେ ଟିଭି ଉପସ୍ଥାପିକା.. ବାସ୍ ତାପରେ ସାରା ଇରାନରେ ସେ ହୋଇଗଲେ ଇସ୍ରାଏଲ ବିରୋଧୀ ସ୍ବରର ଏକ ମାତ୍ର ଚେହେରା । ସେ ସାଜିଗଲେ ଇରାନୀ ମହିଳାଙ୍କ ଆଦର୍ଶ, ପୂରା ଇରାନ କଲା ତାଙ୍କ ପ୍ରଶଂସା । ସୋସିଆଲ ମିଡିଆରେ ତାଙ୍କ ବିଭିନ୍ନ ଫଟୋ ଭାଇରାଲ ହେଲା । ତାଙ୍କୁ ଇରାନର ଫେସ୍ କହି ଶୁଭେଚ୍ଛା ଜଣାଗଲା ଆଉ ଗୋଟିଏ ରାତିରେ ଟିଭି ଆଙ୍କର ସହର ଇମାମି ବନିଗଲେ ଚର୍ଚ୍ଚିତ ଚେହେରା ।
/sambad/media/media_files/2025/06/17/IDCyrzav8MByFJSrNUsq.jpg)
ହଁ ଆଜ୍ଞା, ଇରାନ-ଇସ୍ରାଏଲ ଯୁଦ୍ଧର ଗତକାଲି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଲାଇଭ୍ ବୁଲେଟିନ୍ ଚାଲିଥିଲା ବେଳେ ଆକ୍ରମଣରେ ଥରି ଉଠିଥିଲା ଷ୍ଟୁଡିଓ । ଇରାନର ସରକାରୀ ମିଡିଆ ଆଇଆରଆଇବି ଉପରେ ଆକ୍ରମଣ ପୂର୍ବରୁ ଷ୍ଟୁଡିଓରେ ଉପସ୍ଥାପିକା ଖବର ପରିବେଷଣ କରୁଥିଲେ । ହଠାତ୍ ବିସ୍ଫୋରଣ ହେବା ପରେ ସେଠାରୁ ଉଠି ପଳାଇଥିଲେ ଉପସ୍ଥାପିକା । ଇରାନର ସରକାରୀ ମିଡିଆ ହେଡକ୍ବାଟର୍ସ ଉପରେ ଆକ୍ରମଣ କରିବାକୁ ପୂର୍ବରୁ ଇସ୍ରାଏଲ ଚେତାବନୀ ଦେଇଥିଲା ।
ଅଧିକ ପଢନ୍ତୁ-
ତେହେରାନ ଛାଡ଼ିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଏକ ପରାମର୍ଶ ଜାରି
ତେବେ ସବୁଠାରୁ ବଡ କଥା ହେଉଛି ଆକ୍ରମଣ ପରେ ପୁଣି ଟିଭି ପରଦାକୁ ଆସି ଆଙ୍କର ଇସ୍ରାଏଲ ଉପରେ ବର୍ଷିଥିଲେ ଆଉ କହିଥିଲେ- ଯାହା କିଛି ଏବେ ଘଟିଗଲା ସବୁ ଇସ୍ରାଏଲର ହତାଶର ପ୍ରତିଫଳନ । ସମାଚାର ଅଫିସରେ ହମଲା କରି ସତ୍ୟର ସ୍ବରକୁ ଚାପି ଦେଇପାରିବନି ଇସ୍ରାଏଲ । ଆମେ ଆମ କର୍ତ୍ତବ୍ୟ କରିବୁ.. ତେବେ ଇମାମିଙ୍କ ଏହି ମନ୍ତବ୍ୟ ପରେ ସାରା ଇରାନରେ ତାଙ୍କ ପ୍ରଶଂସା କରି ଲୋକେ ଇସ୍ରାଏଲ ବିରୋଧୀ ଟିପ୍ପଣୀ ଦେବା ଆରମ୍ଭ କରିଛନ୍ତି