ମାଟିରେ ମିଶିଲା ବେଆଇନ୍‌ ଭାବେ ନିର୍ମିତ ୪ ଆପାର୍ଟମେଣ୍ଟ

Advertisment
ମାଟିରେ ମିଶିଲା ବେଆଇନ୍‌ ଭାବେ ନିର୍ମିତ ୪ ଆପାର୍ଟମେଣ୍ଟ

https://www.livemint.com/

କୋଚି: କେରଳର କୋଚିରେ କୋଷ୍ଟାଲ ରେଗୁଲେସନ ଜୋନ୍‌କୁ ଉଲ୍ଲଂଘନ କରି ବେଆଇନ୍‌ ଭାବେ ନିର୍ମିତ ହୋଇଥିବା ୪ ଆକାଶଛୁଆଁ ଟାୱାର ଶେଷରେ ମାଟିରେ ମିଶିଯାଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି କୋଠା ଭଙ୍ଗା ଅଭିଯାନର ଆଜି ଦ୍ୱିତୀୟ ଦିନରେ କୋଚି ପ୍ରଶାସନ ମାରାଡୁ ଫ୍ଲାଟ୍‌ସର ତୃତୀୟ ଓ ଚତୁର୍ଥ କୋଠାକୁ ମାଟିରେ ମିଶାଇ ଦେଇଛି। ବିସ୍ଫୋରଣରେ କ୍ଷଣକ ମଧ୍ୟରେ ଏହା ଧ୍ବଂସ ହୋଇଥିଲା। ଏହି ୪ଟି ଅଟ୍ଟାଳିକା କେରଳର କୋଚିଠାରେ ଗ୍ରୀନ ଜୋନ୍ ଭିତରେ ବେଆଇନ୍ ଭାବେ ନିର୍ମାଣ ହୋଇଥିଲା ୪ ଟି ଟାୱାର ମଧ୍ୟରୁ ୨ଟିକୁ ଗତକାଲି ବିସ୍ଫୋରକ ମାଧ୍ୟମରେ ଭାଙ୍ଗି ଦିଆ ଯାଇଥିଲା। ଆଜି ୧୭ ମହଲା ବିଶିଷ୍ଟ ଜୈନ କୋରାଲ କୋଭ୍‌ ଏବଂ ୫୫ ମିଟର ଉଚ୍ଚତା ବିଶିଷ୍ଟ ଗୋଲ୍‌ଡେନ୍‌ କୟାଲୋରାମକୁ ଧ୍ବଂସ କରି ଦିଆଯାଇଛି। ଉପକୂଳ ସହର ମାରାଡ଼ୁରେ ଥିବା ଏହି ୪ଟି ଆପାର୍ଟମେଣ୍ଟ୍‌ କ‌ମ୍ପ୍ଲେକ୍ସରେ ୩୫୦ରୁ ଅଧିକ ଫ୍ଲାଟ୍‌ ଥିଲା। ପ୍ରାୟ ୨୪୦ ପରିବାର ଏଠାରେ ରହୁଥିଲେ। ସୁପ୍ରିମକୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହି ଆପାର୍ଟମେଣ୍ଟ୍‌ ଗୁଡ଼ିକୁ ଭଙ୍ଗା ଯାଇଛି। ଏହି ଆପାର୍ଟମେଣ୍ଟ ସିଜେଡ୍‌ଆର (କୋଷ୍ଟାଲ୍‌ ଜୋନ୍‌ ରେଗୁଲେସନ୍‌) ନୀତିର ଉଲ୍ଲଂଘନ କରୁଥିବାରୁ ଏହାକୁ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏଥିପାଇଁ ୧୩୮ ଦିନ ସମୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe