କୋଲକାତାରେ ବିସ୍ଫୋରଣ, ବୋମା ସ୍କ୍ବାଡ୍‌ର ତଦନ୍ତ

Advertisment

କେନ୍ଦ୍ରୀୟ କୋଲକାତାରେ ଆଜି ଏକ ସନ୍ଦେହଜନକ ବ୍ୟାଗ୍‌ରେ ପ୍ରଚଣ୍ଡ ବିସ୍ଫୋରଣ  ହେବାରୁ ଜଣେ ଜରିଗୋଟାଳି ଗୁରୁତର ଆହତ  ହୋଇଛନ୍ତି। ଅପରାହ୍ନ ୧ଟା ୪୫ମିନିଟରେ ଏହି ଘଟଣା ଘଟିବା ପରେ କେନ୍ଦ୍ରୀୟ କୋଲକାତାର ତାଲତାଲା ଥାନା ଦାୟିତ୍ୱରେ ଥିବା ଅଧିକାରୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ।

jgjjggjjyy

କୋଲକାତା: କେନ୍ଦ୍ରୀୟ କୋଲକାତାରେ ଆଜି ଏକ ସନ୍ଦେହଜନକ ବ୍ୟାଗ୍‌ରେ ପ୍ରଚଣ୍ଡ ବିସ୍ଫୋରଣ  ହେବାରୁ ଜଣେ ଜରିଗୋଟାଳି ଗୁରୁତର ଆହତ  ହୋଇଛନ୍ତି। ଅପରାହ୍ନ ୧ଟା ୪୫ମିନିଟରେ ଏହି ଘଟଣା ଘଟିବା ପରେ କେନ୍ଦ୍ରୀୟ କୋଲକାତାର ତାଲତାଲା ଥାନା ଦାୟିତ୍ୱରେ ଥିବା ଅଧିକାରୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଏହି ବିସ୍ଫୋରଣରେ ଜଣେ  ଜରି ଗୋଟାଳି ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର କେତେକ ଅଙ୍ଗୁଳି ଛିଣ୍ଡି ପଡ଼ିଛି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୟାନ ରେକର୍ଡ ହୋଇପାରିନାହିଁ।

ପୁଲିସ କହିଛି ଯେ ବ୍ଲୋଚମ୍ୟାନ୍ ଷ୍ଟ୍ରିଟ୍  ପ୍ରବେଶ ପଥରେ ଏକ ସନ୍ଦେହଜନକ ବ୍ୟାଗ୍‌ରେ ବିସ୍ଫୋରକ ଥିଲା। ସଂପୃକ୍ତ ଅଂଚଳକୁ ସିଲ୍ କରାଯାଇଛି ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍‌ ତଦନ୍ତ କରିଛି। ବୋମା ସ୍କ୍ୱାଡ୍   ଆଖପାଖ ଅଞ୍ଚଳରେ ଯାଞ୍ଚ କରିବା ପରେ ଟ୍ରାଫିକ୍ ପାଇଁ ଉକ୍ତ ଅଞ୍ଚଳକୁ ଖୋଲାଯାଇଥିଲା। ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ନାମ ବାପି ଦାସ(୫୮) ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe