ପକ୍ଷୀ ମାଡ଼ ହେବାରୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ

Advertisment
ପକ୍ଷୀ ମାଡ଼ ହେବାରୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ

indiatoday

ନୂଆଦିଲ୍ଲୀ: ଉଡ଼ାଣର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କଲା ଏୟାରଏସିଆ ବିମାନ। ରବିବାର ଦିନ ଲକ୍ଷ୍ନୌରୁ ଏୟାରଏସିଆ ବିମାନ ଉଡ଼ାଣ କରିବା ପରେ ବିମାନରେ ପକ୍ଷୀ ମାଡ ହେବାରୁ ବିମାନଟି ପୁଣି ଥରେ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ବିମାନରେ ପଠାଇବା ପାଇଁ ଏୟାରଏସିଆ ବ୍ୟବସ୍ଥା କରୁଥିବା ସାମ୍ନାକୁ ଆସିଛି।

ନିଉଜ ଏଜେନ୍ସି ଏଏନଆଇକୁ ଦେଇଥିବା ବିବୃତିରେ ବିମାନର ମୁଖପାତ୍ର କହିଛନ୍ତି ଯେ ଲକ୍ଷ୍ନୌରୁ କୋଲକାତା ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଆଇ୫-୩୧୯ ଉଡ଼ାଣ କରୁଥିବା ବେଳେ ହଠାତ ବିମାନରେ ଆସି ପକ୍ଷୀ ମାଡ଼ ହୋଇଥିଲା। ଫଳସ୍ୱରୂପ ବିମାନକୁ ପୁଣି ଥରେ ଲକ୍ଷ୍ନୌ ବିମାନବନ୍ଦରକୁ ଫେରିବାକୁ ପଡ଼ିଥିଲା।

ତେବେ ଗତ ବର୍ଷ ମଧ୍ୟ ଏଭଳି ସମାନ ଘଟଣା ଘଟିଥିଲା। ବିମାନରେ ପକ୍ଷୀ ମାଡ ହେବା ପରେ ଅହମଦାବାଦରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଆକାସ ବିମାନର ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ପାଇଁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ବିମାନଟି ୧୯୦୦ଫୁଟ ଉପରେ ଥିବା ବେଳେ ପକ୍ଷୀ ମାଡ଼ ହେବାରୁ ଏହାର ରେଡୋମ କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe