କୋଭିଡ୍-୧୯ କ୍ବାରେଣ୍ଟିନ୍ କେନ୍ଦ୍ର ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ୫୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ପ୍ରଦାନ କଲେ କୋଲକାତା ଟ୍ୟାକ୍ସି ଚାଳକ

Advertisment
କୋଭିଡ୍-୧୯ କ୍ବାରେଣ୍ଟିନ୍ କେନ୍ଦ୍ର ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ୫୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ପ୍ରଦାନ କଲେ କୋଲକାତା ଟ୍ୟାକ୍ସି ଚାଳକ

Representative Image Source: Zee News

କୋଲକାତା: ଚାରିଟି ଟ୍ୟାକ୍ସି ଓ ପତ୍ନୀଙ୍କ ଗହଣା ବିକ୍ରୟ କରି ମହମ୍ମଦ ସୈଦୁଲ୍ ଲସ୍କର ନାମକ ଜଣେ ଟ୍ୟାକ୍ସି ଚାଳକ କୋଲକାତା ସହରର ଦକ୍ଷିଣ ଭାଗରେ ନିର୍ମାଣ କରାଇଥିବା ଏକ ୫୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାକୁ କରୋନାଭାଇରସ୍ ସନ୍ଦିଗ୍ଧଙ୍କ କ୍ବାରେଣ୍ଟାଇନ୍ କେନ୍ଦ୍ର ନିମନ୍ତେ ସରକାରଙ୍କୁ ପ୍ରଦାନ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ମୃତ୍ୟୁବରଣ କରିଥିବା ସାନଭଉଣୀଙ୍କ ସ୍ମୃତିରେ ଲସ୍କର ଅଳ୍ପ କିଛି ବର୍ଷ ତଳେ ବରୁଇପୁର ଅନ୍ତର୍ଗତ ପୁନରି ଗ୍ରାମରେ ୫୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରାଇଥିଲେ। କୋଭିଡ୍-୧୯ ସଂକଟର ମୁକାବିଲା କରିବାକୁ ଏବେ ସେ ଉକ୍ତ ଡାକ୍ତରଖାନାକୁ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମହାମାରୀ ସହ ଲଢ଼ିବା ଏବେ ସବୁଠୁ ଗରୁତ୍ବପୂର୍ଣ୍ଣ କଥା।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ଅନେକ ବର୍ଷ ତଳେ ମୁଁ ଖରିଦ କରିଥିବା ଖଣ୍ଡେ ଜାଗାରେ ଏହି ଡାକ୍ତରଖାନା ତିଆରି କରି ମୋ ଭଉଣୀ ମରୁଫାର ନାଁରେ ନାମିତ କରିଥିଲି। ଦିନ ଥିଲା ଏହି ଡାକ୍ତରଖାନା ନିମନ୍ତେ ଟଙ୍କା ସଂଚୟ କରିବାକୁ ମୁଁ ଓ ମୋ ପତ୍ନୀ ମୁଢ଼ି ଖାଇ ରହୁଥିଲୁ। ଡାକ୍ତରଖାନା ପାଇଁ ମୋତେ ମଧ୍ୟ ୪ଟି ହଳଦିଆ ଟ୍ୟକ୍ସି ଓ ସ୍ତ୍ରୀ ଶମିମାର ଗହଣା ବିକ୍ରୟ କରିବାକୁ ପଡ଼ିଛି। ତିଆରି କାମ ମଧ୍ୟ ଟିକିନିଖି କରି ଦେଖିବାକୁ ପଡ଼ିଛି।

ଲସ୍କରଙ୍କ ଭଉଣୀ ମରୁଫା ୨୦୦୪ରେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହି ଡାକ୍ତରଖାନାର ଆଉଟଡୋର୍ ଏବଂ ଏମର୍ଜେନ୍‌ସି ୱାର୍ଡରେ ଦୈନିକ ୩୦୦ ରୋଗୀଙ୍କର ଚିକିତ୍ସା କରାଯାଏ ବୋଲି ୪୫ ବର୍ଷିୟ ଲସ୍କର କହନ୍ତି।

ଡାକ୍ତରଖାନା ଛଡ଼ା ସେ ରାଜ୍ୟ ସରକାରଙ୍କ ରିଲିଫ୍ ଫଣ୍ଡ୍‌କୁ ୫୦୦୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe