କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା‌ ମାମଲା

Advertisment

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦୀର୍ଘ ୩୩ ଦିନ ଧରି ଆନ୍ଦୋଳନ ଚଳାଇଥିବା ଡାକ୍ତରମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦୀର୍ଘ ୩୩ ଦିନ ଧରି ଆନ୍ଦୋଳନ ଚଳାଇଥିବା ଡାକ୍ତରମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

mamata

କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦୀର୍ଘ ୩୩ ଦିନ ଧରି ଆନ୍ଦୋଳନ ଚଳାଇଥିବା ଡାକ୍ତରମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଆଜି ପଶ୍ଚିମବଙ୍ଗ ସରକାର ଆଲୋଚନା ପାଇଁ ନିମନ୍ତ୍ରଣ କରିଥିବା ବେଳେ ଡାକ୍ତରଙ୍କ ଦାବିଗୁଡ଼ିକ ପ୍ରତି ସରକାର ଅତ୍ୟନ୍ତ ବେପରୁଆ ମନୋଭାବ ଦେଖାଇଥିବାରୁ  ଏହି ନିମନ୍ତ୍ରଣକୁ ଡାକ୍ତର ସଂଘ ପ୍ରତ୍ୟାଖ୍ୟାନ କରିଛି। କେତେକ ସର୍ତ୍ତ ଆଧାରରେ ହିଁ ଏହି ଆଲୋଚନା ହେବ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଡାକ୍ତରମାନେ ସ୍ପଷ୍ଟ କରିଦେଇଛନ୍ତି। 

ସ୍ବାସ୍ଥ୍ୟ ସଚିବ ନାରାୟଣ ସ୍ବରୂପଙ୍କ ଇସ୍ତଫା ଦାବି ଇତିମଧ୍ୟରେ ଜୋରଦାର ହୋଇଥିବା ବେଳେ ତାଙ୍କ ନିକଟରୁ ଏହି  ଆଲୋଚନା ଚିଠି ଯାଇଥିବାରୁ  ଡାକ୍ତରମାନେ ଏହାକୁ  ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଏହାପରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମନୋଜ ପନ୍ଥ  ଆନ୍ଦୋଳନରତ ଡାକ୍ତରଙ୍କୁ ଚିଠି ଲେଖି ସେମାନଙ୍କୁ  ରାଜ୍ୟ ସଚିବାଳୟ ‘ନବାନ୍ନ’କୁ ବୈଠକ ପାଇଁ ଡାକିଥିଲେ। ବୈଠକରେ ୧୨-୧୫ ଜଣିଆ ଡାକ୍ତର ପ୍ରତିନିଧିଦଳ ଯୋଗ ଦେବାପାଇଁ ଚିଠିରେ କୁହାଯାଇଥିଲା। ଆନ୍ଦୋଳନରତ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଇମେଲ୍‌ କରି ସେମାନଙ୍କ ଦାବି ରଖିଛନ୍ତି।  ଚିଠିରେ ଡାକ୍ତରମାନେ କହିଛନ୍ତି, ସେମାନେ ବୈଠକକୁ ୩୦ ଜଣିଆ ପ୍ରତିନିଧି ଦଳ ପଠାଇବାକୁ ଚାହାନ୍ତି। ବୈଠକର ସିଧା ପ୍ରସାରଣ କରାଯିବ।   ସେମାନେ ଅନ୍ୟ କାହା ସହ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ। ସେହିପରି ବୈଠକରେ ସେମାନଙ୍କ ୫ ସୂତ୍ରୀ ଦାବି ଉପରେ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe