ଘଟଣା କେମିତି ଘଟାଇଲା ବଖାଣୁଥିବା ବେଳେ ଦୁଷ୍କର୍ମକାରୀର ସ୍ବଭାବ ଦେଖି ଆଶ୍ଚର୍ଯ୍ୟ ସିବିଆଇ

Advertisment
ଘଟଣା କେମିତି ଘଟାଇଲା ବଖାଣୁଥିବା ବେଳେ ଦୁଷ୍କର୍ମକାରୀର ସ୍ବଭାବ ଦେଖି ଆଶ୍ଚର୍ଯ୍ୟ ସିବିଆଇ

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଜଣେ ପଶୁବାଦୀ ବ୍ୟକ୍ତି ବୋଲି ସିବିଆଇ ସାଇକୋଏନାଲିଟିକ୍ ପ୍ରୋଫାଇଲ୍ ଦ୍ୱାରା ପ୍ରକାଶ ପାଇଛି।

ସିବିଆଇ ସଞ୍ଜୟ ରାଏର ସାଇକୋଏନାଲିଟିକ୍ ପ୍ରୋଫାଇଲ ତିଆରି କରିଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ସଞ୍ଜୟ ଜଣେ ପଶୁ ପ୍ରବୃତ୍ତିର ଲୋକ ଓ ଯୌନ ପିପାଶୁ। ସଞ୍ଜୟ ଘଟାଇଥିବା ଘଟଣା ବିଷୟରେ କହୁଥିବା ତାର ମନରେ କୌଣସି ପ୍ରକାର ପଶ୍ଚତାନ ନଥିଲା। ସେ ମହିଳା ଟ୍ରେନି ଡାକ୍ତରଙ୍କ ସହ କ’ଣ କ’ଣ କରିଥିଲା ତାହାକୁ ଗୋଟିଗୋଟି କରି ସିବିଆଇକୁ କହୁଥିଲା। ଯେମିତି ସେ କିଛି ବି ଭୁଲ କରି ନାହିଁ। ସଞ୍ଜୟର ଏଭଳି ସ୍ବଭାବ ଦେଖି ସିବିଆଇ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଏହି ଘଟଣାକୁ ନେଇ କୋଲକାତା ପୁଲିସ କହିଛି ଯେ ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା କରିବା ପୂର୍ବରୁ ସଞ୍ଜୟ ରେଡ ଲାଇଟ ଅଞ୍ଚଳକୁ ଯାଇଥିଲା। ସେ ସେଠାରେ ବହୁତ ମଦ୍ୟପାନ କରିଥିଲା। ସଞ୍ଜୟ ସୋନାଗାଚ୍ଛିର ଦୁଇଟି ବେଶ୍ୟାଳୟକୁ ଯିବାପରେ ମଧ୍ୟରାତ୍ରିରେ ସେ ଡାକ୍ତରଖାନାରେ ପହଞ୍ଚି ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe