ଆନ୍ଦୋଳନ ଜାରି ରଖିବେ କୋଲକାତା ଡାକ୍ତର

Advertisment

କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୋଲକାତାର କନିଷ୍ଠ ଡାକ୍ତର ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୋଲକାତାର କନିଷ୍ଠ ଡାକ୍ତର ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

fshshsfh

କୋଲକାତା:  କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୋଲକାତାର କନିଷ୍ଠ ଡାକ୍ତର ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ସେମାନଙ୍କ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏବଂ ସ୍ବାସ୍ଥ୍ୟ ସଚିବ ନହଟିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।  ସେମାନେ ମଧ୍ୟ ସରକାରଙ୍କ ସହ ପୁଣିଥରେ କଥାବାର୍ତ୍ତା କରିବାକୁ ଚାହିଛନ୍ତି।

ଡାକ୍ତରମାନେ ଆଜି  ୫ ଘଣ୍ଟିଆ ବୈଠକ କରିବାପରେ ଏହି ଘୋଷଣା କରିଛନ୍ତି।  ଏକ ସାମ୍ବାଦିକ ସମ୍ମିଳନୀରେ କନିଷ୍ଠ ଡାକ୍ତରମାନେ କହିଛନ୍ତି, ଆମର ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।  ସରକାରଙ୍କ ସହ ଆମେ ସଦ୍ୟ କଥାବାର୍ତ୍ତା ଚାହୁ।  ଉଲ୍ଲେଖଯୋଗ୍ୟ,  ଗତ ସୋମବାର ଆନ୍ଦୋଳନରତ ଡାକ୍ତର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।  ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ସେମାନଙ୍କର ଅଧିକାଂଶ ଦାବି ଗ୍ରହଣ କରିନେଇଛନ୍ତି।  କିନ୍ତୁ ଆନ୍ଦୋଳନରତ ଡାକ୍ତର ସ୍ବାସ୍ଥ୍ୟ ସଚିବ ଏନଏସ୍‌ ନିଗମଙ୍କୁ ହଟାଇବାକୁ ଦାବି କରିଥିଲେ ସୁଦ୍ଧା ସରକାର  ଏ ବାବଦରେ କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ। ଗତକାଲି ଡାକ୍ତରମାନେ ସରକାରଙ୍କ ପାଖରେ ବିଭିନ୍ନ ନୂ୍ଆ ଦାବି ରଖିଥିଲେ ମଧ୍ୟ ସରକାର ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe