କୋଲକାତା ଗଣଦୁଷ୍କର୍ମ ମାମଲା: ମହାବିଦ୍ୟାଳୟରେ ପ୍ରବେଶ ନେଇ ହାଇଡ୍ରାମା

Advertisment

କୋଲକାତା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଗତକାଲି ଏହି ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଥିବାବେଳେ ଆଜି ବିଜେପିର ଏକ ୪ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି କୋଲକାତା‌ରେ ପହଞ୍ଚିଛନ୍ତି।

କୋଲକାତା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଗତକାଲି ଏହି ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଥିବାବେଳେ ଆଜି ବିଜେପିର ଏକ ୪ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି କୋଲକାତା‌ରେ ପହଞ୍ଚିଛନ୍ତି।

hkhfhfkvmnn

କୋଲକାତା: କୋଲକାତା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଗତକାଲି ଏହି ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଥିବାବେଳେ ଆଜି ବିଜେପିର ଏକ ୪ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି କୋଲକାତା‌ରେ ପହଞ୍ଚିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତପାଲ୍‌ ସିଂହ ଏବଂ ମୀନାକ୍ଷୀ ଲେଖି, ସାଂସଦ ବିପ୍ଳବ କୁମାର ଦେବ ଓ  ମନନ କୁମାର ମିଶ୍ର ‌କୋଲକାତାରେ ପହଞ୍ଚି ଏହ‌ି ମାମଲାର ଖୋଳତାଡ଼ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଉକ୍ତ ଟିମ୍‌ ଆଜି କୋଲକାତା ଆଇନ ମହାବିଦ୍ୟାଳୟ‌ରେ ପ୍ରବେଶ କରି ଅପରାଧ ସ୍ଥଳ ଯିବାକୁ ଉଦ୍ୟମ କରିବା ସମୟରେ ହାଇଡ୍ରାମା ହୋଇଥିଲା।  ୪ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌କୁ ପ୍ରଥମେ କ‌ଲେଜରେ ପ୍ରବେଶ ଅନୁମତି ମିଳିନଥିଲା। କିନ୍ତୁ ପ୍ରବଳ ହୋହଲ୍ଲା ଏବଂ ଯୁକ୍ତିତର୍କ ପରେ ଉକ୍ତ ଟିମ୍‌କୁ କଲେଜରେ ପ୍ରବେଶ ଅନୁମତି ମିଳିଲା। ତଥ୍ୟ ଅନୁସନ୍ଧାନକାରୀ କମିଟିର ଦାବି ଅନୁଯାୟୀ ଏହି କଲେଜରେ ଅପରାଧୀମାନଙ୍କୁ ଶିକ୍ଷକ ଏବଂ କର୍ମଚାରୀ ଭାବେ ନିଯୁକ୍ତି ମିଳିଛି। ବିଜେପି ନେତ୍ରୀ ଲେଖି କହିଛନ୍ତି, ଅପରାଧୀମାନଙ୍କୁ ଏହି କଲେଜରେ ବିନା ଯାଞ୍ଚରେ ଆଡ-ହକ୍‌ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଉଛି।

କୋଲକାତାରେ ବିଜେପି ତଥ୍ୟ ଅନୁସନ୍ଧାନକାରୀ କମିଟି

ମୁଖ୍ୟ ଅଭିଯୁକ୍ତର ହିଷ୍ଟ୍ରି ସିଟ୍‌ ନାହିଁ।  ବିସିଆଇ (ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ) ଏବଂ ଶିକ୍ଷା ମନ୍ତ୍ରାଳୟର ନିୟମ ଉଲ୍ଲଂଘନ କରି ଏହି ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀମତି ଲେଖି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି,  ଆଇନ ମହାବିଦ୍ୟାଳୟରେ ଯେଉଁ ଘଟଣା ଘଟିଛି ସେଥିରେ ଆମେ ସ୍ତବ୍ଧ।  ପଶ୍ଚିମବଙ୍ଗ ସରକାରଙ୍କ ବିଫଳତାକୁ ଏହା ପଦାରେ ପକାଇ ଦେଇଛି। ସିଂହ କହିଛନ୍ତି, ଆମେ  କୋଲକାତା ପୁଲିସ କମିସନର ମନୋଜ କୁମାର ବର୍ମାଙ୍କୁ ଭେଟିଛୁ। ମାମଲାରେ ଅଗ୍ରଗତି ଏବଂ ଅଭିଯୁକ୍ତଙ୍କ ସଂକ୍ରାନ୍ତରେ ଟିମ୍‌କୁ ଅବଗତ କରାଯାଇଥିବା ସେ କହିଛନ୍ତି।

ତେବେ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳକୁ  ରାଜନୈତିକ ପର୍ଯ୍ୟଟକ ଆଖ୍ୟା ତୃଣମୂଳ କଂଗ୍ରେସ ଦେଇଛି। ମହାବିଦ୍ୟାଳୟ ସାମ୍ନାରେ ପହଞ୍ଚିବା ସମୟରେ ଗୋଟିଏ ପଟେ ବିଜେପି ଓ ଏହାର ଯୁବଶାଖାର କର୍ମକର୍ତ୍ତା ଏବଂ ଅନ୍ୟପଟେ ବାମଦଳର କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଜେପିର ଯୁବ ଓ ଛାତ୍ର ଶାଖା (ବିଜେୱାଇଏମ୍‌) ଏବଂ ସିପିଆଇଏମ୍‌ର ଛାତ୍ର ଶାଖା ଏସ୍‌ଏଫ୍‌ଆଇ ପକ୍ଷରୁ କୋଲକାତାରେ ଗଣଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe