ବାଣ ବିକ୍ରି, ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ କଲିକତା ହାଇକୋର୍ଟ

Advertisment
ବାଣ ବିକ୍ରି, ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ କଲିକତା ହାଇକୋର୍ଟ

Bharat Times

କୋଲକାତା : ଦୀପାବଳି, କାଳୀପୂଜା ସମେତ ଅନ୍ୟାନ୍ୟ ପର୍ବପର୍ବାଣିରେ ସମଗ୍ର ପଶ୍ଚିମବଙ୍ଗରେ ସମସ୍ତ ପ୍ରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କଲିକତା ହାଇକୋର୍ଟ। ହାଇକୋର୍ଟ ପକ୍ଷରୁ ଆଜି ଦିଆଯାଇଥିବା ଆଦେଶରେ ଛଟ୍‌ ପୂଜା, ଗୁରୁ ନାନକ ଜୟନ୍ତୀ, ଖ୍ରୀଷ୍ଟମାସ, ନୂଆବର୍ଷ ସମେତ ସମସ୍ତ ପର୍ବପର୍ବାଣିରେ ଏହାଲାଗୁ ହେବ ବୋଲି କୁହାଯାଇଛି। ଅଦାଲତ କହିଛନ୍ତି, ମହମବତି ବା ଦୀପ ଜାଳି ଉତ୍ସବପାଳନ କରାଯିବାକୁ ଅନୁମତି ମିଳିବ। ବାଣ ବିକ୍ରି ଏବଂ ବ୍ୟବହାରକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଦାଲତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe