କୋଲକାତା : କୋଲକାତା ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଯେଉଁ ମହିଳାମାନେ ଉଚ୍ଚ ଦରମାପ୍ରାପ୍ତ ସେମାନେ ଛାଡ଼ପତ୍ର କ୍ଷେତ୍ରରେ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇପାରିବେ ନାହିଁ। କୋଲକାତା ହାଇକୋର୍ଟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଦ୍ବାରା ହୋଇଥିବା ଛାଡ଼ପତ୍ର ମାମଲାର ଲଢ଼େଇ କରୁଥିବା ବେଳେ ସେ ତାଙ୍କ ସ୍ବାମୀଙ୍କଠାରୁ ଅନ୍ତରୀଣ ଭରଣପୋଷଣ ଦାବି କରିଥିଲେ। କିନ୍ତୁ ସେ ଯେତିକି ପରିମାଣରେ ଅନ୍ତରୀଣ ଭରଣପୋଷଣ ଦାବି କରିଥିଲେ ତା’ଠାରୁ ସେ ଅଧିକ ଦରମା ପାଉଥିବାରୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ୍ ବିଶ୍ବଜିତ ବସୁ କହିଛନ୍ତି ଯେ ମହିଳାଙ୍କ ମାସିକ ଦରମା ୭୪,୦୦୦ରୁ କମ୍ ନୁହେଁ। ଏହା ତାଙ୍କ ଭରଣପୋଷଣ ପାଇଁ ଯଥେଷ୍ଟ। ମହିଳା ଜଣକ ଅନ୍ତରୀଣ ଭରଣପୋଷଣ ପାଇଁ ୫୦, ୦୦୦ ଟଙ୍କା ଦାବି କରିଥିଲେ।
କୋଲକାତା ହାଇକୋର୍ଟ ରାୟ
Advertisment
Follow Us