୨୪ ଘଣ୍ଟାରେ ୮୨ ହଜାରରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କର

ପଶ୍ଚିମବଙ୍ଗ ନିର୍ବାଚନ କମିସନ୍‌ଙ୍କୁ କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭାରତର ସର୍ବପୁରାତନ ହାଇକୋର୍ଟରେ ସମାଧାନ ହେଲା ୭୨ ବର୍ଷର କେସ୍

India Posts English

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ୨୪ ଘଣ୍ଟା ମଧ୍ୟରେ ୮୨ ହଜାରରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ କାଲକାଟା ହାଇକୋର୍ଟ ଆଜି ରାଜ୍ୟ ନିର୍ବାଚନ କମିସନ୍‌ (ଏସଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ସଂକ୍ରାନ୍ତ କାଲକାଟା ହାଇକୋର୍ଟଙ୍କ ରାୟକୁ ଗତକାଲି ସୁପ୍ରିମକୋର୍ଟ କାଏମ ରଖିବାପରେ ପଶ୍ଚିମବଙ୍ଗ ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଥିଲା। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବାପରେ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ ନିର୍ବାଚନରେ ଯେତେସଂଖ୍ୟକ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଥିଲେ ତା’ଠାରୁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହିଂସା ପ୍ରସଙ୍ଗରେ ଆଜି କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟ ନିର୍ବାଚନ କମିସନରଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟ ବିଚାରପତି କହିଛନ୍ତି, ଯଦି ରାଜ୍ୟ ନିର୍ବାଚନ କମିସନର ଚାପ ନେଇପାରୁନାହାନ୍ତି ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦିଅନ୍ତୁ। ବିଚାରପତି କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ କମିସନରୁ କୌଣସି ଜଣେ ହେଲେ ଅଫିସର ଶୁଣାଣି ସମୟରେ ଉପସ୍ଥିତ ନାହାନ୍ତି। ହାଇକୋର୍ଟ କହିଛନ୍ତି, ରାଜ୍ୟରେ ଯଦି ହିଂସା ଏବଂ ରକ୍ତପାତ ବନ୍ଦ ନହେବ ତେବେ ପଞ୍ଚାୟତ ନିର୍ବାଚନ ବନ୍ଦ ହେବା ଉଚିତ। ଜଷ୍ଟିସ ଅମ୍ରିତା ସିହ୍ନା କହିଛନ୍ତି, ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟରେ ପ୍ରବଳ ହିଂସା ହେଉଛି ଏବଂ ଏହା ନିୟନ୍ତ୍ରଣ ଜରୁରୀ। ଅନ୍ୟଥା ନିର୍ବାଚନ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe