ଦୀପାବଳି ଦିନ ୬୦୧ ଜଣଙ୍କୁ ଗିରଫ କଲା ପୁଲିସ

ଗିରଫ ହୋଇଥିବା ୬୦୧ଜଣଙ୍କ ମଧ୍ୟରୁ କିଏ ବେଆଇନ ଭାବେ ବାଣ ଫୁଟାଉଥିବା ବେଳେ ଆଉ କିଏ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ହଇରାଣ କରୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଛନ୍ତି।’

ଭମଖ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପୁଲିସ ଦୀପାବଳି ଦିନ ଭିନ୍ନଭିନ୍ନ ସ୍ଥାନରୁ ୬୦୧ ଜଣଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ‘ ଗିରଫ ହୋଇଥିବା ୬୦୧ଜଣଙ୍କ ମଧ୍ୟରୁ କିଏ ବେଆଇନ ଭାବେ ବାଣ ଫୁଟାଉଥିବା ବେଳେ ଆଉ କିଏ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ହଇରାଣ କରୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଛନ୍ତି।’  

ପୁଲିସ ବିଭିନ୍ନ ସ୍ଥାନରୁ ୭୦୦ କିଲୋଗ୍ରାମରୁ ଅଧିକ ନିଷିଦ୍ଧ ବାଣ, ୭୯.୪ ଲିଟର ମଦ ଜବତ କରିଛି। ସେହିପରି  ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଘଟଣାରେ ୮୦୦ ରୁ ଅଧିକ ଲୋକଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।

କୋଲକାତା ପୁଲିସ ସୂତ୍ରରୁ ପ୍ରକାଶ, ଶୁକ୍ରବାର ସକାଳ ୭ ଟା ପର୍ଯ୍ୟନ୍ତ ପୁଲିସ ବେଆଇନ ବାଣ ବିସ୍ଫୋରଣ କରୁଥିବା ୨୬୫ ଜଣଙ୍କୁ ଗିରଫ କରିଥିବାବେଳେ ୩୨୮ ଜଣଙ୍କୁ ଲୋକଙ୍କ ସହ ଅସଦାଚରଣ ବ୍ୟବହାର କରିଥିବା ଅଭିଯୋଗରେ ଏବଂ ୮ଜଣଙ୍କୁ ଜୁଆ ଖେଳୁଥିବା ଅପରାଧରେ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe