କୋଲକାତା ପୁଲିସ କମିସନରଙ୍କ ସମେତ ୪ ଆଇପିଏସ ଅଧିକାରୀଙ୍କ ବଦଳି

କୋଲକାତା ପୁଲିସ କମିସନରଙ୍କ ସମେତ ୪ ଆଇପିଏସ ଅଧିକାରୀଙ୍କ ବଦଳି

photo by : hindustantimes.com

କୋଲକାତା : ପଶ୍ଚିମବଙ୍ଗର ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଆଜି ଭାରତର ନିର୍ବାଚନ କମିସନ ବଦଳି କରିଛନ୍ତି। ସେମା‌ନଙ୍କ ମଧ୍ୟରେ କୋଲକାତା ପୁଲିସ କମିସନର ଅନୁଜ ଶର୍ମାଙ୍କ ସମେତ ବିଧାନନଗର (ସଲ୍ଟ ଲେକ୍) ପୁଲିସ କମିସନର ଜ୍ଞାନବନ୍ତ ସିଂହ ଏବଂ ବୀରଭୂମ୍ ଓ ଡାଇମଣ୍ଡ ହାର୍ବରର ଏସପି ରହିଛନ୍ତି। କେବଳ ସେମାନଙ୍କୁ ବଦଳି କରାଯାଇନାହିଁ ନିର୍ବାଚନ ଦାୟିତ୍ବ ମଧ୍ୟ ବାରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ଫେବ୍ରୁଆରିରେ କୋଲକାତାରେ ଯେଉଁ ଧାରଣାରେ ବସିଥିଲେ ସେଥିରେ ଅନୁଜ ଏବଂ ଜ୍ଞାନବନ୍ତ ସାମିଲ ଥିବାବେଳେ ଦୁଇ ଜଣ ଏସପିଙ୍କ ବିରୋଧରେ ବିଜେପିର ଅଭିଯୋଗ ରହିଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏଡିଜି ରାଜେଶ କୁମାରଙ୍କୁ କୋଲକାତା ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ନଟରାଜନ ରମେଶ ବାବୁଙ୍କୁ ବିଧାନନଗର ପୁଲିସ କମିସନର ଭାବେ ନିଯୁକ୍ତି ମିଳିଛି। ବୀରଭୂମ୍ ଅତ୍ୟଧିକ ହିଂସାପ୍ରବଣ ଅଞ୍ଚଳ ହୋଇଥିବାବେଳେ ମମତାଙ୍କ ପୁତୁରା ଅଭିଶେକ ଡାଇମଣ୍ଡ ହାର୍ବର ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe