ପଶ୍ଚିମବଙ୍ଗ ପୁଲିସ୍‌ କମିସନର ପଦରୁ ଅପସାରିତ ହେଲେ ରାଜୀବ କୁମାର

Advertisment
ପଶ୍ଚିମବଙ୍ଗ ପୁଲିସ୍‌ କମିସନର ପଦରୁ ଅପସାରିତ ହେଲେ ରାଜୀବ କୁମାର

କୋଲକାତା: ପୂର୍ବତନ କୋଲକାତା ପୁଲିସ୍‌ କମିସନର୍‌ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ପଦରୁ ଅପସାରିତ କରି ଦେଇଛନ୍ତି। ତାଙ୍କୁ କମିସନର ପଦବୀରୁ ଅପସାରିତ କରାଯିବା ପରେ ଅତିରିକ୍ତ ସାଧାରଣ ନିର୍ଦ୍ଦେଶକ(ଏଡିଜି)ସିଆଇଡି ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଆଇପିଏସ୍‌ ସୌମେନ୍‌ ମିତ୍ର ଏହି ପଦବୀରେ ଥିଲେ। ସାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ପୂର୍ବତନ କମିସନର ରାଜୀବ କୁମାରଙ୍କୁ ସିବିଆଇ ଗତ ସପ୍ତାହରେ ସିଲଂଠାରେ ପଚରାଉଚରା କରିଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ କୁମାର ସିବିଆଇ ଦ୍ୱାରରେ ଉପସ୍ଥିତ ହୋଇଥିଲେ।

ସାରଦା ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରିବା ପାଇଁ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)ରେ ରାଜୀବ କୁମାରଙ୍କୁ ଫଙ୍କ୍‌ସ୍‌ନାଲ ହେଡ୍‌ କରିଥିଲେ। ଏହି ମାମଲା ସୁପ୍ରିମ୍‌କୋର୍ଟ ସବିଆଇ ହାତକୁ ଦେବା ପରେ ଅଭିଯୋଗ ହୋଇଛି କି କୁମାର ଚିଟ୍‌ଫଣ୍ଡ ସଂସ୍ଥାକୁ ଭିତିରିଆ ସମର୍ଥନ କରି ଅନେକ ତଥ୍ୟ ନଷ୍ଟ କରି ଦେଇଛନ୍ତି।

ଗତ ୩ ତାରିଖରେ ଏହି ମାମଲାରେ ସିବିଆଇ କୋଲକାତାରେ ଥିବା କୁମାରଙ୍କ ବାସଭବନକୁ ଯାଇ ତାଙ୍କୁ ପଚରାଉଚରା କରିଥିଲା।

ତେବେ, ପଶ୍ଚିମବଙ୍ଗ ସରକାର ରାଜୀବ କୁମାରଙ୍କୁ କୋଲକାତା ପୁଲିସ୍‌ କମିସନର ପଦୀବରୁ ଅପସାରିତ କରି ନେଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଏଯାବତ୍‌୍‌ କୌଣସି ନୂତନ କମିସନରଙ୍କୁ ନିଯୁକ୍ତିି ମିଳିନଥିବା ଜାଣିବାକୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe