କୋଲକାତା: ୧୦୦୦ କିଲୋ ବିସ୍ଫୋରକ ନେଇ ଯାଉଥିବା ଏକ ଗାଡ଼ିକୁ ଶନିବାର ରାତିରେ ପୁଲିସ ଧରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଓଡ଼ିଶାରୁ ସେ ଗାଡ଼ିଟି ଉତ୍ତର ୨୪ ପ୍ରଗଣା ଯାଉଥିଲା।
ବିଶ୍ୱସ୍ତସୂତ୍ରରୁ ଖବର ପାଇ ଚିତ୍ତପୁର ଥାନା ଅନ୍ତର୍ଗତ ବିଟି ରୋଡ୍ର ତଲ ପୋଲ ନିକଟରେ ରାତି ପ୍ରାୟ ୨ଟା ବେଳେ ସ୍ପେସାଲ୍ ଟାସ୍କ ଫୋର୍ସ ଟାଟା ୪୦୭ ମାଟାଡୋର୍କୁ ଅଟକାଇ ଥିଲେ।
୨୭ଟି ଅଖା ବସ୍ତାରେ ପଶି ସେଥିରେ ରଖାଯାଇଥିବା ପ୍ରାୟ ୧୦୦୦ କିଲୋ ଓଜନର ବିସ୍ଫୋରକ ଉପାଦାନ (ପଟାସିୟମ୍ ନାଇଟ୍ରେଟ୍) ପୁଲିସ ଜବତ କରିଥିଲା।
ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନିବାସୀ ଉଭୟ ଡ୍ରାଇଭର୍ ଓ ହେଲ୍ପର୍ଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ୨୫ ବର୍ଷିୟ ଇନ୍ଦ୍ରଜିତ ଭୁଇ ଏବଂ ୩୧ ବର୍ଷିୟ ପଦ୍ମଲୋଚନ ଦେ।
ତାଙ୍କୁ କୋର୍ଟ ଚାଲାର କରାଯିବ।
Follow Us