ତାକୁ ଫାଶୀ ଦିଅ, ହେଲେ ସେ ଏକା ଏହି ଅପରାଧ କରିନାହିଁ; ଏଭଳି କହିଲେ ସଞ୍ଜୟର ଶାଶୁ

Advertisment
ତାକୁ ଫାଶୀ ଦିଅ, ହେଲେ ସେ ଏକା ଏହି ଅପରାଧ କରିନାହିଁ; ଏଭଳି କହିଲେ ସଞ୍ଜୟର ଶାଶୁ

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ସମଗ୍ର ଦେଶ କ୍ରୋଧିତ ହୋଇଛି। ସବୁ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ସମୟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଶାଶୁ ଦୁର୍ଗା ଦେବୀ ତାଙ୍କ ଜ୍ବାଇଁ ସଞ୍ଜୟଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଅଭିଯୁକ୍ତ ସଞ୍ଜୟ କିପରି ଥିଲା? ତାଙ୍କ ଝିଅ ସହିତ ତାଙ୍କର ଆଚରଣ କିପରି ଥିଲା? ଓ ଦୁଷ୍କର୍ମ ମାମଲାରେ ସେ ଅନେକ ଖୁଲାସା କରିଛନ୍ତି।

ଦୁର୍ଗା ଦେବୀ କହିଛନ୍ତି ଯେ, ସଞ୍ଜୟଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି। ସଞ୍ଜୟ ଏକୁଟିଆ ଏହା କରିପାରିବେ ନାହିଁ। ଏଏନଆଇକୁ ସାକ୍ଷାତକାର ଦେଇ ଦୁର୍ଗା ଦେବୀ, ସଞ୍ଜୟଙ୍କ ସହ ତାଙ୍କ ଝିଅର ସମ୍ପର୍କ କିଭଳି ଥିଲା ତାହା ଜଣାଇଥିଲେ। ସେ କହିଥିଲେ ଯେ ସଞ୍ଜୟ ତାଙ୍କ ଝିଅକୁ ବହୁତ ମାଡ ମାରୁଥିଲା। ଏନେଇ ସେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ।

ତାଙ୍କ କହିବା ମୁତାବକ, "ବିବାହର ପ୍ରଥମ ୬ମାସ ସବୁ ଠିକ୍ ଥିଲା। ହେଲେ ଝିଅ ୩ମାସର ଗର୍ଭବତୀ ହେବା ପରେ ସଞ୍ଜୟ ତାଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ ମୋ ଝିଅର ଗର୍ଭନଷ୍ଟ ହୋଇଯାଇଥିଲା। ଏହା ପରେ ଝିଅ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ମୋ ଝିଅ ଅସୁସ୍ଥ ହେବାକୁ ଲାଗିଲା। ମୁଁ ମୋ ଝିଅର ସବୁ ଔଷଧ ଖର୍ଚ୍ଚ ଉଠାଉଥିଲି। ସଞ୍ଜୟ ଟଙ୍କାଟିଏ ବି ଦେଉନଥିଲା। ସଞ୍ଜୟ ଭଲ ମଣିଷ ନୁହେଁ। ଏବେ ସେ ଯେଉଁ ଅପରାଧ କରିଛି ସେଥିପାଇଁ ତାକୁ ଫାଶୀ ମିଳିବା ଉଚିତ୍। ହେଲେ ମୋତେ ଲାଗୁଛି ଏହି ଅପରାଧରେ ଆହୁରି ଅନେକ ଲୋକ ସାମିଲ ଅଛନ୍ତି। ସେ ଏକାକୀ ଏହା କରିପାରିବ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe