ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା: ଶୁଣାଣି ଆଜି

Advertisment
ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା: ଶୁଣାଣି ଆଜି

www.indiatoday.in

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କ ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏକ ଖଣ୍ଡପୀଠରେ ଶୁଣାଣି ହେବ।

ହାଇକୋର୍ଟ ଏହି ଅନୁସନ୍ଧାନକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ମଧ୍ୟ ହସ୍ତାନ୍ତର କରିଛନ୍ତି। ସର୍ବୋଚ୍ଚ ଅଦାଲତ ଆଜି କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭକାରୀ ଡାକ୍ତରଙ୍କ ନିବେଦନ ଶୁଣାଣି କରିବେ।

ଏପଟେ ଏହି ମାମଲାରେ ଡାକ୍ତରମାନଙ୍କ ଧର୍ମଘଟ ଜାରି ରହିଛି। କୋଲକାତା ବଳାତ୍କାର ମାମଲାରେ ଡାକ୍ତରଙ୍କ ବିରୋଧ ସମ୍ପର୍କରେ ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀ ଏକ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଡାକ୍ତରଖାନାରେ ରୋଗୀ ମରିଯାଆନ୍ତି, ତେବେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେବ ଏବଂ ଆମେ ଡାଙ୍କରଙ୍କୁ ବଞ୍ଚାଇ ପାରିବୁ ନାହିଁ। ଟିଏମସି ସାଂସଦଙ୍କ ଏହି ମନ୍ତବ୍ୟରୁ ଜଣାପଡିଛି ଯେ ଏହି ଘଟଣାରେ ବିରୋଧ କରୁଥିବା ଡାକ୍ତରମାନଙ୍କୁ ସେ ଚେତାବନୀ ଦେଇଛନ୍ତି। ଏନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

କୋଲକାତାର ବଳାତ୍କାର ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଡାକ୍ତରମାନେ ଆରଜି କର ହସ୍ପିଟାଲରେ ବିରୋଧ ପ୍ରଦର୍ଶନ କରୁଛନ୍ତି ଏବଂ ଏହି ବିରୋଧ ଜାରି ରହିଛି। ଏହି ପ୍ରତିବାଦ ସମ୍ପର୍କରେ ଅରୁପ ଚକ୍ରବର୍ତ୍ତୀ ଡାକ୍ତରମାନଙ୍କୁ ଟାର୍ଗେଟ କରି ଏପରି ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି। ବାସ୍ତବରେ, ଟିଏମସି ଏବଂ ଏହାର ନେତାମାନେ ଏହି ପ୍ରସଙ୍ଗରେ ପରସ୍ପର ସହ ବିବାଦରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe