Advertisment

ଦୁଷ୍କର୍ମକାରୀ ବିରୋଧରେ ଏଭଳି ଦାବି କଲେ ପୀଡ଼ିତା ଆଇନ ଛାତ୍ରୀଙ୍କ ବାପା

Advertisment
dd2a152f-acac-4e89-b718-99b641ff544e

କୋଲକାତା: କୋଲକାତାର ଏକ ଲ କଲେଜରେ ଆଇନ ଛାତ୍ରୀଙ୍କୁ ହୋଇଥିବା ଦୁଷ୍କର୍ମ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପୀଡ଼ିତା ସ୍ତବ୍ଧ ହୋଇଯାଇଥିବା ବେଳେ ପରିବାରଲୋକ ନ୍ୟାୟ ପାଇଁ ଦାବି କରିଛନ୍ତି। 
ପୀଡ଼ିତାଙ୍କ ବାପା ନିଜର ଦୁଃଖ ଓ କ୍ରୋଧକୁ ପ୍ରକାଶ କରି କହିଛନ୍ତି,‘ ମୋ ଝିଅ ସହିତ ଘଟିଥିବା ଲୋମଟାଙ୍କୁରା ଘଟଣାରେ କୋଲକାତା ପୁଲିସ ଓ ଏସଆଇଟି କରୁଥିବା ତଦନ୍ତ ଉପରେ ମୋର ପୂରା ବିଶ୍ବାସ ଅଛି। ଏବେ ସିବିଆଇ ଯାଞ୍ଚର କୌଣସି ଆବଶ୍ୟକ ନାହିଁ।

ମୋ ଝିଅ ଓ ପରିବାର ଏବେ କେଉଁ ଅବସ୍ଥାରେ ଅଛି ତାହା କହିବା ଜରୁରି ନୁହେଁ। ଯିଏ ବୁଝିଲା ଲୋକ ହୋଇଥିବ ସେ ନିଶ୍ଚୟ ବୁଝି ପାରୁଥିବ। ଯଦି ଦେଶରେ ଦୁଷ୍କର୍ମକାରୀକୁ ଶେଷ ଦଣ୍ଡ ଫାଶୀ ଦେବେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ହିଁ ଦିଆଯାଉ। ସମାଜରେ ଏବେ ବି ମାନସିକସ୍ତରରେ ବିକୃତଗ୍ରସ୍ତ ଲୋକ ବୁଲୁଛନ୍ତି। ସେମାନଙ୍କୁ ଏହା ନିଶ୍ଚିତ ଭାବେ ଦେଖାଯିବା ଉଚିତ କି ଆଇନ ବ୍ୟବସ୍ଥା କ’ଣ କରିପାରେ। ଶେଷରେ ଏତିକି କହିବି ଯଥାଶୀଘ୍ର ସତ ସାମ୍ନାକୁ ଆସୁ ଏବଂ ଦୋଷୀକୁ ଉଚିତ ଦଣ୍ଡ ମିଳୁ। ଆଗକୁ ଆଉ କିଛି କହିବା ପାଇଁ ମୋ ପାଖରେ ଧୌର୍ଯ୍ୟ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe