ଦୟାକରି ମୋ ଝିଅର କଲ ରେକର୍ଡ ସୁରକ୍ଷିତ ରଖିବ

Advertisment

ମୃ୍ତ ଟ୍ରେନି ଡାକ୍ତରଙ୍କ ବାପା ନିକଟରେ ସିବିଆଇକୁ ଅନୁରୋଧ କରି କହିଛନ୍ତି, ‘ଦୟାକରି ମୋ ଝିଅର କଲ ରେକର୍ଡ ଓ ଝିଅର ମୃତଦେହ ପଡ଼ିଥିବା ସ୍ଥାନର ସିସିଟିଭି ଫୁଟେଜକୁ ସୁରକ୍ଷିତ ରଖିବେ।’

ମୃ୍ତ ଟ୍ରେନି ଡାକ୍ତରଙ୍କ ବାପା ନିକଟରେ ସିବିଆଇକୁ ଅନୁରୋଧ କରି କହିଛନ୍ତି, ‘ଦୟାକରି ମୋ ଝିଅର କଲ ରେକର୍ଡ ଓ ଝିଅର ମୃତଦେହ ପଡ଼ିଥିବା ସ୍ଥାନର ସିସିଟିଭି ଫୁଟେଜକୁ ସୁରକ୍ଷିତ ରଖିବେ।’

୮୯


ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଦେଶ ତଥା ଦେଶ ବାହାରେ ଆଲୋଡ଼ନ ସୃଷ୍ଟି କରିଛି। ଲୋକେ ଆଜି ପର୍ଯ୍ୟନ୍ତ ଏହି ଘଟଣାକୁ ଭୁଲି ପାରି ନାହନ୍ତି। 
କଲିକତା ହାଇକୋର୍ଟ ଅଗଷ୍ଟ ୧୩ ତାରିଖରେ ଦୁଷ୍କର୍ମ-ହତ୍ୟା ମାମଲାରେ ଅନୁସନ୍ଧାନକୁ ସିବିଆଇକୁ ହସ୍ତାନ୍ତର କରି ଆରଜି କର ଡାକ୍ତରଖାନା ପ୍ରଶାସନର "ଗୁରୁତର ତ୍ରୁଟି" ଦର୍ଶାଇଥିଲା।

ତେବେ ମୃ୍ତ ଟ୍ରେନି ଡାକ୍ତରଙ୍କ ବାପା ନିକଟରେ ସିବିଆଇଙ୍କୁ ଅନୁରୋଧ କରି କହିଛନ୍ତି, ‘ଦୟାକରି ମୋ ଝିଅର କଲ ରେକର୍ଡକୁ ସୁରକ୍ଷିତ ରଖିବେ।’

ଏଥିସହିତ ସିବିଆଇକୁ ଚିଠି ଲେଖି ପୀଡ଼ିତଙ୍କ ବାପା ଅଧିକାରୀଙ୍କୁ ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ସୁରକ୍ଷିତ ରଖିବା ପାଇଁ ବି ଅନୁରୋଧ କରିଛନ୍ତି। ସ୍ବତନ୍ତ୍ର ଭାବେ ସେମିନାର ହଲର ଫ୍ଲୋରରେ ଲାଗିଥିବା ସିସିଟିଭି ଫୁଟେଜ.. ଯେଉଁଠାରେ ତାଙ୍କ ଝିଅର ମୃତଦେହ ପଡ଼ିଥିଲା। 

କେବଳ ଏତିକି ନୁହେଁ ପୀଡ଼ିତାଙ୍କ ବାପା ସିବିଆଇ ଅଧିକାରୀଙ୍କୁ ଡିୟୁଟି ଚାର୍ଟ ବି ଜବତ କରିବାକୁ ଅନୁରୋଧ କରିଛନ୍ତି। ଯାହା ଜରିଆରେ ଜଣାପଡ଼ି ପାରିବ କି ଅଗଷ୍ଟ ୮ ତାରିଖରେ ଝିଅ ସହିତ କିଏକିଏ ଡିୟୁଟିରେ ଥିଲେ। ପୀଡ଼ିତା ପିତା ହସ୍ପିଟାଲର କିଛି ଇନଟର୍ନ ଓ ଚିକିତ୍ସକ ଝିଅ ହତ୍ୟା ମାମଲାରେ ସାମିଲ ଥିବାକୁ ନେଇ ସନ୍ଦେହ କରିଛନ୍ତି। 

ଅଗଷ୍ଟ ୯ ତାରିଖରେ ହସ୍ପିଟାଲର ସେମିନାର ହଲରୁ ମୃତ ଟ୍ରେନି ଡାକ୍ତରଙ୍କ ଶରୀର ଉଦ୍ଧାର ହେବାପ‌ରେ କୋଲକାତା ପୁଲିସ ସଞ୍ଚୟ ରଏ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଅଗଷ୍ଟ ୧୩ ତାରିଖରେ ଉଚ୍ଚ ନ୍ୟାୟଳୟ ଏହି ମାମଲାର ଯାଞ୍ଚ କୋଲକାତା ପୁଲିସରୁ ନେଇ ସିବିଆଇକୁ ହସ୍ତାନ୍ତର କରିବାକୁ ଆଦେଶ ଦେଇଥିଲା। ଏହି ଆଦେଶର ‌ପରଦିନ ସିବିଆଇ ଯାଞ୍ଚ ଆରମ୍ଭ କରି ଦେଇଥିଲା। 

ଅଧିକପଢ଼ନ୍ତୁ: ଅନେକଥର ଧମକ ଦେବା ପରେ ଶେଷରେ ମୋ ଭଉଣୀକୁ ମାରିଦେଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe