କୋଲ୍‌କାତାରେ ଭଟିକାନ୍‌ ନଗରୀ ଆଧାରିତ ପେଣ୍ଡାଲ୍‌ରେ ଦୁର୍ଗାପୂଜା

କୋଲ୍‌କାତାରେ ଭଟିକାନ୍‌ ନଗରୀ ଆଧାରିତ ପେଣ୍ଡାଲ୍‌ରେ ଦୁର୍ଗାପୂଜା

Image Courtesy of India Today

କୋଲ୍‌କାତା: ବର୍ଷକୁ ବର୍ଷ ଅଭିନବ ସାଜସଜ୍ଜାରେ ପୂଜା ପେଣ୍ଡାଲ୍‌ ନିର୍ମାଣ କରୁଥିବା ‘ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ ଚଳିତ ବର୍ଷ ‘ଭଟିକାନ୍‌ ନଗରୀ’ ଆଧାରିତ ପେଣ୍ଡାଲ୍‌ରେ ଦୁର୍ଗାପୂଜା କରିବ ବୋଲି ଘୋଷଣା କରିଛି।

କୋଲ୍‌କାତାର ବିଧାନନଗରରେ ଅବସ୍ଥିତ ‘ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ ଚଳିତ ବର୍ଷ ତା’ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମଧ୍ୟ ପାଳନ କରୁଥିବା କଥା ସଭାପତି ସୁଜିତ ବୋଷ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ପଶ୍ଚିମବଙ୍ଗ ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ ତଥା ‘ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ର ସଭାପତି ସୁଜିତ ବୋଷ କହିଛନ୍ତି, ଏଥର ୫୦ତମ ବାର୍ଷିକୀ ପାଳନ କରୁଥିବା ‘ଶ୍ରୀଭୂମି ସ୍ପୋର୍ଟିଙ୍ଗ୍‌ କ୍ଲବ୍‌’ ଚଳିତ ବର୍ଷ ଭଟିକାନ୍‌ ନଗରୀରେ ଥିବା ‘ସେଣ୍ଟ୍‌ ପିଟର୍ସ ବାସିଲିକା’କୁ ଆଧାର କରି ପୂଜା ମଣ୍ଡପ ନିର୍ମାଣ କରୁଛି।

publive-image Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ରୋମ୍‌ରେ ଥିବା ଭଟିକାନ୍‌ ନଗରୀ ବିଷୟରେ ସମସ୍ତେ ଶୁଣିଥିବେ। କିନ୍ତୁ, ମାତ୍ର ବିଦେଶ ଭ୍ରମଣ କରିଥିବା କେତେ ଜଣ ଭାଗ୍ୟବାନ ଲୋକେ ହିଁ ଭଟିକାନ୍‌ ଦେଖିଥି‌ବେ। ଚଳିତ ବର୍ଷ ଏହି ପେଣ୍ଡାଲ୍‌ ହିଁ ସେମାନଙ୍କ ଭଟିକାନ୍‌ ଦେଖା ଅଭିଳାଷ ଚରିତାର୍ଥ କରିବ।

୧୦୦ଜଣ କାରିଗର ୬୦ ଦିନ ଲାଗି ଏହି ପେଣ୍ଡାଲ୍‌ ନିର୍ମାଣ କରିଛନ୍ତି। ଗତବର୍ଷ ଆମେ ବୁର୍ଜ ଖଲିଫା ତିଆରି କରିଥିଲୁ। ଜନଗହଳି ନିୟନ୍ତ୍ରଣ କରିବା ପାଇଁ ଏଥର ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କଥା ସେ କହିଛନ୍ତି।

ସୂଚନାଯୋଗ୍ୟ, ୧୬୦୬ରେ ବଙ୍ଗରେ ଶରତ୍‌କାଳୀନ ଦୁର୍ଗାପୂଜା ଆରମ୍ଭ ହୋଇଥିବା କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe