୩୦ ନୁହେଁ, ଏବେ ୩ଘଣ୍ଟାରେ କୋଲକାତାରୁ ଚେନ୍ନାଇ ଯାଇପାରିବେ ଯାତ୍ରୀ

କୋଲକାତାରୁ ଚେନ୍ନାଇର ଦୂରତା ପ୍ରାୟ ୧,୬୬୮ କିଲୋମିଟର। ଏହି ଦୂରତା ଅତିକ୍ରମ କରିବା ପାଇଁ ଅତି କମରେ ୩୦ଘଣ୍ଟା ସମୟ ଲାଗେ। ଏବେ ତାହା ୩ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ।

tanuop

ନୂଆଦିଲ୍ଲୀ: କୋଲକାତାରୁ ଚେନ୍ନାଇର ଦୂରତା ପ୍ରାୟ ୧,୬୬୮ କିଲୋମିଟର। ଏହି ଦୂରତା ଅତିକ୍ରମ କରିବା ପାଇଁ ଅତି କମରେ ୩୦ଘଣ୍ଟା ସମୟ ଲାଗେ। ଏବେ ତାହା କିଛି ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ। ଆଜ୍ଞା ହଁ, ଆଇଆଇଟି ମାଡ୍ରାସରେ, ଷ୍ଟାର୍ଟଅପ୍ ୱାଟରଫ୍ଲାଏ ଟେକ୍ନୋଲୋଜିସ୍ ଏକ ଇଲେକ୍ଟ୍ରିକ୍ 'ସି ଗ୍ଲାଇଡର୍' ବିକଶିତ କରୁଛି। ଏହା ସାହାଯ୍ୟରେ କୋଲକାତାରୁ ଚେନ୍ନାଇ ମାତ୍ର ୩ଘଣ୍ଟାରେ ଯାଇ ପହଞ୍ଚି ହେବ।  ଏହାର ଭଡ଼ା ମାତ୍ର ୬୦୦ଟଙ୍କା ହେବ।

କିଛି ଦିନ ତଳେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏରୋ ଇଣ୍ଡିଆ ୨୦୨୫ରେ, ୱାଟରଫ୍ଲାଏ ଟେକ୍ନୋଲୋଜିସ୍ ଭାରତରେ ଏକ ନୂତନ ପରିବହନ ମାଧ୍ୟମର ଡିଜାଇନ୍ ପ୍ରଦର୍ଶନ କରିଥିଲା। ଏହାକୁ 'ୱିଗ୍ କ୍ରାଫ୍ଟ' ନାମ ଦିଆଯାଇଥିଲା। ଏହି ମାଧ୍ୟମକୁ ନେଇ ୱାଟରଫ୍ଲାଏ ଟେକ୍ନୋଲୋଜିସ୍ ପକ୍ଷରୁ ଦାବି କରାଯାଉଛି ଯେ, ୱିଗ୍ କ୍ରାଫ୍ଟ ସମୁଦ୍ର ପତ୍ତନରୁ ୪ମିଟର ଉଚ୍ଚତାରେ ଚାଲିବ ଏବଂ ଏହା ସାହାଯ୍ୟରେ, କେବଳ ୬୦୦ଟଙ୍କାରେ କୋଲକାତାରୁ ଚେନ୍ନାଇ ଯାତ୍ରା କରାଯାଇପାରିବ। ଏହାର ଗତି ଘଣ୍ଟା ପ୍ରତି ୫୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଟ୍ରେନରେ ଲୋକେ ୧୫୦୦ଟଙ୍କା ଦେଇ ଯାତ୍ରା କରୁଥିବା ବେଳେ ୱିଗ୍ କ୍ରାଫ୍ଟରେ ମାତ୍ର ୬୦୦ଟଙ୍କା ଦେଇ ଯାତ୍ରା କରିପାରିବେ।

ଏହା ବିଷୟରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରି ଏହାର ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe