Image Courtesy of Parda Phash
କୋଲ୍କାତା: ୟୁକ୍ରେନ୍ ଆକ୍ରମଣ ବେଳେ କୋଲ୍କାତାର ଜଣେ ୨୪ ବର୍ଷୀୟ ତରୁଣୀ ପାଇଲଟ୍ ୮୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସ୍ବଦେଶକୁ ଫେରାଇ ଆଣିଛି ବୋଲି ବିମାନ ପରିଚାରକମାନଙ୍କୁ ପ୍ରଶଂସା କରି ‘ବିଜେପି’ ଟୁଇଟ୍ କରିଛି।
‘ବିଜେପି ମହିଳା ମୋର୍ଚ୍ଚା’ ପୋଷ୍ଟ୍ କରିଥିବା ଉକ୍ତ ଟୁଇଟ୍ରେ ଲେଖା ଅଛି: କୋଲ୍କାତାର ୨୪ ବର୍ଷୀୟ ତରୁଣୀ ପାଇଲଟ୍ ମହାଶ୍ବେତା ଚକ୍ରବର୍ତ୍ତୀ ୟୁକ୍ରେନ୍, ପୋଲାଣ୍ଡ୍ ଏବଂ ହଙ୍ଗେରି ସୀମାନ୍ତରୁ ୮୦୦ରୁ ଊର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ପ୍ରତି ଅଗାଧ ସମ୍ମାନ।
ଏଥିସହ ‘ବିଜେପି ମହିଳା ମୋର୍ଚ୍ଚା’ ତାଙ୍କର କେତେକ ଫଟୋ ମଧ୍ୟ ସେୟାର୍ କରିଛି। ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ଉପାଧ୍ୟକ୍ଷ ପ୍ରିୟଙ୍କା ଶର୍ମା ଟୁଇଟ୍ କରି କହିଛନ୍ତି, ସେ ୨୪ ବର୍ଷୀୟ ତରୁଣୀ ହେଉଛନ୍ତି ‘ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚା’ର ମୁଖ୍ୟ। ସେ ହେଉଛନ୍ତି ତନୁଜା ଚକ୍ରବର୍ତ୍ତୀଙ୍କ କନ୍ୟା ମହାଶ୍ବେତା ଚକ୍ରବର୍ତ୍ତୀ।
Image Courtesy of Mintବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍ର ଆକାଶ ପଥ ବନ୍ଦ ଥିବାରୁ ଭାରତୀୟମାନେ ବସ୍ ଓ ଟ୍ରେନ୍ରେ ୟୁକ୍ରେନ୍ର ପଶ୍ଚିମ ସୀମାନ୍ତକୁ ଯାଇ ସେଠାରୁ ବୁକାରେଷ୍ଟ୍, ବୁଡାପେଷ୍ଟ୍, ସକ୍ସିଭା ଏବଂ ୱାର୍ସଅ ଆଦି ଅଞ୍ଚଳରେ ପହଞ୍ଚିଥିଲେ। ସେସବୁ ସ୍ଥାନରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଫେରାଇ ଅଣାଯାଇଥିଲା।
ସୂଚନାଯୋଗ୍ୟ, ମସ୍କୋ ଆକ୍ରମଣ କରିବା ପରେ ପରେ ୟୁକ୍ରେନ୍ରୁ ୨୦,୦୦୦ରୁ ଊର୍ଦ୍ଧ୍ବ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବିଶ୍ବାସ କରାଯାଉଛି। ‘ଅପରେସନ୍ ଗଙ୍ଗା’ ଅଭିଯାନରେ ୟୁକ୍ରେନ୍ରୁ ଭାରତୀୟ ନାଗରିକମାନଙ୍କ ସମେତ ପଡ଼ୋଶୀ ବାଂଲାଦେଶ ଏବଂ ନେପାଳର କିଛି ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।
ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଆକ୍ରମଣ କରିଥିବା ରୁଷ୍ ସେନା ସମ୍ପ୍ରତି ଧୀରେ ଧୀରେ ୟୁକ୍ରେନ୍ର ରାଜଧାନୀ କିବ୍ର ନିକଟତର ହେଉଛି।
Follow Us