ଜୀବନ ହାରିଲେ କୋଟାରେ କୋଚିଙ୍ଗ୍‌ ନେଉଥିବା ୨ ଛାତ୍ର; ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ କୋଚିଙ୍ଗ୍‌ ସେଣ୍ଟର୍‌କୁ ନିର୍ଦେଶ ଦେଲେ ରାଜସ୍ଥାନ ସରକାର

Advertisment
ଜୀବନ ହାରିଲେ କୋଟାରେ କୋଚିଙ୍ଗ୍‌ ନେଉଥିବା ୨ ଛାତ୍ର; ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ କୋଚିଙ୍ଗ୍‌ ସେଣ୍ଟର୍‌କୁ ନିର୍ଦେଶ ଦେଲେ ରାଜସ୍ଥାନ ସରକାର

Image Courtesy of India TVNews

କୋଟା: ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିମନ୍ତେ ରାଜସ୍ଥାନର କୋଟାରେ କୋଚିଙ୍ଗ୍‌ ନେଉଥିବା ୨ଜଣ ତରୁଣ ରବିବାର ଦିନ ଜୀବନ ହାରିଥିବା କଥା ପୁଲସ କହିଛି।

ଏହାକୁ ମିଶାଇ କୋଚିଙ୍ଗ୍‌ ପାଇଁ ଦେଶରେ ସୁପରିଚିତ କୋଟାରେ ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ସର୍କଲ୍‌ ଅଫିସର୍‌ ଧରମବୀର ସିଂହଙ୍କ କହିବା ଅନୁସାରେ, ରବିବାର ଦିନ ପ୍ରଥମେ ଆତ୍ମହତ୍ୟା କରିଥିବା ୧୬ ବର୍ଷିୟ ବାଳକ ଥିଲେ ମହାରାଷ୍ଟ୍ରର ବାସିନ୍ଦା। ବିଜ୍ଞାନ ନଗର ଅଞ୍ଚଳରେ ଥିବା ତାଙ୍କ କୋଚିଙ୍ଗ୍‌ ପ୍ରତିଷ୍ଠାନର ୬ଷ୍ଠ ମହଲାରୁ ସେ ତଳକୁ ଡେଇଁ ପ୍ରାଣ ହରାଇଛନ୍ତି। କୋଚିଙ୍ଗ୍‌ ପ୍ରତିଷ୍ଠାନରେ ଅପରାହ୍ଣରେ ଅନୁଷ୍ଠିତ ସାପ୍ତାହିକ ପରୀକ୍ଷା ଦେବା ପରେ ସେ ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଥିଲେ।

publive-image Image Courtesy of The Financial Express

ଏହାର ୬ଘଣ୍ଟା ପରେ ବିହାରରୁ ଆସି କୋଚିଙ୍ଗ୍‌ ନେଉଥିବା ଜଣେ ୧୮ ବର୍ଷିୟ ତରୁଣ ନିଜ କୋଠରିରେ ଥିବା ସିଲିଂ ଫ୍ୟାନ୍‌ରେ ଫାଶୀ ଲଗାଇ ଜୀବନ ହାରିଛନ୍ତି।

କୁନାଡ଼ି ଥାନାର ‘ଏସ୍‌ଏଚ୍‌ଓ’ ଗଙ୍ଗା ସହାୟ ଶର୍ମା କହିଛନ୍ତି, କୁନାଡ଼ି ଅଞ୍ଚଳରେ ଥିବା ଏକ ଭଡ଼ା ଆପାର୍ଟମେଣ୍ଟ୍‌ରେ ତାଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇଙ୍କ ସହିତ ସେ ରହୁଥିଲେ। ଥରକୁ ଥର କବାଟ ଠକ ଠକ କରିବା ସତ୍ତ୍ବେ କବାଟ ନ ଖୋଲିବାରୁ ତାଙ୍କର ଭାଇଭଉଣୀ କବାଟ ଭାଙ୍ଗି ଦେଖିଲେ ସେ ପଙ୍ଖାରେ ଫାଶୀ ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଲା।

ଜୀବନ ହାରିଥିବା ୨ଛାତ୍ର ‘ନିଟ୍‌’ ପାଇଁ ପ୍ରସ୍ତୁତି କରୁଥିଲେ। ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି, ଉଭୟ ଘଟଣାରେ କୌଣସି ‘ସୁସାଇଡ୍‌ ନୋଟ୍‌’ ମିଳିନାହିଁ। ଜୀବନ ହାରିବା ପୂର୍ବରୁ ସେମାନଙ୍କର କୌଣସି ଆଚରଣଗତ ତ୍ରୁଟି ମଧ୍ୟ ଦେଖା ଦେଇ ନ ଥିଲା।

ରବିବାର ରାତିରେ ଜିଲ୍ଲାପାଳ ଓମ୍‌ ପ୍ରକାଶ ବୁନ୍‌କର କହିଛନ୍ତି, ଆଗାମୀ ଦୁଇ ମାସ ପାଇଁ କୌଣସି ପରୀକ୍ଷା ନ କରାଇବା ପାଇଁ ସେ ସମସ୍ତ କୋଚିଙ୍ଗ୍‌ ସେଣ୍ଟର୍‌ ପ୍ରତି ଆଦେଶ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe