ପତ୍ନୀଙ୍କ ଦେଖାଶୁଣା ପାଇଁ ସ୍ୱେଚ୍ଛାକୃତ ଅବସର ନେଲେ ସ୍ୱାମୀ, 'ଫେୟାରୱେଲ' ଦିନ ଚାଲିଗଲା ଜୀବନ

ରାଜସ୍ଥାନର କୋଟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଯତ୍ନ ନେବା ପାଇଁ ସ୍ୱେଚ୍ଛାକୃତ ଅବସର ନେଇଥିଲେ | କିନ୍ତୁ ଯେଉଁ ଦିନ ସେ ଅବସର ନେଲେ, ସେହିଦିନ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହେଲା ।

kota

କୋଟା: ରାଜସ୍ଥାନର କୋଟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଯତ୍ନ ନେବା ପାଇଁ ସ୍ୱେଚ୍ଛାକୃତ ଅବସର ନେଉଥିଲେ | କିନ୍ତୁ ଯେଉଁ ଦିନ ସେ ଅବସର ନେଲେ, ସେହିଦିନ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହେଲା ବୋଲି ସାମ୍ନାକୁ ଆସିଛି । ସମସ୍ତେ ଖୁସିରେ ପାର୍ଟି କରୁଥିବା ବେଳେ ହଠାତ୍ ପତ୍ନୀ ଏକ ଚେୟାରରେ ବସିପଡି ଚେତାଶୂନ୍ୟ ହୋଇଯାଇଥିଲେ | ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ମୁତାବକ, ଏହି ଘଟଣା କୋଟାର ଦାଦାବାଡ଼ି ଅଞ୍ଚଳରେ ଘଟିଛି। ଏଠାରେ ରହୁଥିବା ଦେବେନ୍ଦ୍ର କୁମାର ଏକ କମ୍ପାନିରେ ମ୍ୟାନେଜର ଭାବରେ କାମ କରୁଥିଲେ। ତାଙ୍କ ପତ୍ନୀଙ୍କର ହୃଦ ସମସ୍ୟା ଥିବାରୁ ଦୀର୍ଘ ଦିନ ଧରି ସେ ଏହି ରୋଗ ସହ ସଂଘର୍ଷ କରୁଥିଲେ। ଦେବେନ୍ଦ୍ରଙ୍କୁ ୩ବର୍ଷ ପରେ ଅବସର ନେବାର ଥିଲା। କିନ୍ତୁ ତାଙ୍କ ପତ୍ନୀଙ୍କ ଯତ୍ନ ନେବାକୁ ଦେବେନ୍ଦ୍ର ୩ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହି ଅବସରରେ ଦେବେନ୍ଦ୍ରଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ଏକ ଛୋଟ ପାର୍ଟିର ଆୟୋଜନ କରିଥିଲେ | ହେଲେ ପାର୍ଟିରେ ଏଭଳି କିଛି ଘଟିଯିବ ବୋଲି କାହାକୁ ଜଣାନଥିଲା | ସ୍ୱାମୀଙ୍କ ସହ ଛିଡା ହୋଇ ତାଙ୍କ ସହକର୍ମୀଙ୍କ ସହ ଖୁସି ମନାଉଥିବା ବେଳେ ହଠାତ ଅଣନିଶ୍ୱାସୀ ହୋଇପଡିଥିଲେ ଦେବେନ୍ଦ୍ରଙ୍କ ପତ୍ନୀ | ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe