ଜେକେ ଲୋନ୍‌ ହସ୍ପିଟାଲ୍‌ର ଶିଶୁ ମୃତ୍ୟୁ ସଂଖ୍ୟା ୧୧୩ ଛୁଇଁଲା; ହସ୍ପିଟାଲ୍‌ ଛାତରୁ ଗଳୁଛି ପାଣି, କପଡ଼ା ଦେଇ ପାଣିକୁ ରୋକାଯାଉଛି

Advertisment
ଜେକେ ଲୋନ୍‌ ହସ୍ପିଟାଲ୍‌ର ଶିଶୁ ମୃତ୍ୟୁ ସଂଖ୍ୟା ୧୧୩ ଛୁଇଁଲା; ହସ୍ପିଟାଲ୍‌ ଛାତରୁ ଗଳୁଛି ପାଣି, କପଡ଼ା ଦେଇ ପାଣିକୁ ରୋକାଯାଉଛି

ANI Photo

କୋଟା: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ୍‌ ହସ୍ପିଟାଲ୍‌ର ଶିଶୁ ମୃତ୍ୟୁ ସଂଖ୍ୟା ୧୧୩ ଛୁଇଁଛି । ଗତ ଏକ ମାସ ଭିତରେ ଏହି ଡାକ୍ତରଖାନାରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲେ ବି ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସୂଚନା ରହିଛି। ହସ୍ପିଟାଲ୍‌ର ଅବହେଳା ଓ ଆବଶ୍ୟକୀୟ ଉପକରଣରର ଅଭାବ ହେତୁ ମାତ୍ରାଧିକ ଶିଶୁ ମୃତ୍ୟୁ ଘଟୁଛି ବୋଲି ପୂର୍ବରୁ ଅଭିଯୋଗ ହୋଇଛି। ନିକଟରେ ହସ୍ପିଟାଲ୍‌ର ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି, ଡାକ୍ତରଖାନାର  ପେଡିଆଟି୍ରିକ୍ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌(ପିଆଇସିୟୁ)ର ଛାତରୁ ପାଣି ଗଳୁଛି। ପାଣିକୁ ରୋକିବା ପାଇଁ ହସ୍ପିଟାଲ୍‌ ପକ୍ଷରୁ ସେଠାରେ କପଡ଼ା ଦିଆଯାଇଛି। ଗତ ୩୫ ଦିନ ମଧ୍ୟରେ କୋଟାର ଏହି ହସ୍ପିଟାଲ୍‌ରେ ୧୧୦ରୁ ଊର୍ଧ୍ବ ଶିଶୁଙ୍କ ମୃତ୍ୟୁ ଘଟିଛି। ପ୍ରାୟତଃ ଶିଶୁ ହାଇଫୋର୍‌ଥେମିଆ ହେତୁ ପ୍ରାଣ ହରାଉଛନ୍ତି। ଶିଶୁ ଶରୀରର ତାପମାତ୍ରା ସର୍ବନିମ୍ନ ୯୮.୬ ଡିଗ୍ରି ଏଫ୍‌(୩୭ ଡିଗ୍ରି ସି) ରହିବା କଥା। ମାତ୍ର ମୃତ୍ୟୁ ଘଟିଥିବା ଶିଶୁମାନଙ୍କ ଶରୀରର ତାପମାତ୍ରା କମିଯାଇ ୯୫ ଡିଗ୍ରି ଏଫ୍‌(୩୫ ଡିଗ୍ରି ସି) କିମ୍ବା ତା’ଠାରୁ କମ୍‌ ହୋଇଯିବା ପରେ ସେମାନଙ୍କ ମୃତ୍ୟୁ ଘଟୁଛି।

publive-image Zee News

ତେବେ ହସ୍ପିଟାଲ୍‌ କର୍ମଚାରୀମାନଙ୍କ କହିବାନୁସାରେ ପୂର୍ବତନ ହସ୍ପିଟାଲ୍‌ ସୁପରିଟେଣ୍ଡେଣ୍ଟ୍‌ ଏଚ୍‌ଏଲ୍‌ ମୀନା ଓ ରବିବାର ଚାକିିରିରୁ ବହିଷ୍କୃତ ହୋଇଥିବା ଶିଶୁ ବିଭାଗର ମୁଖ୍ୟ ଅମ୍ରିତଲାଲ ବଇରୱାଙ୍କ ମଧ୍ୟରେ ସବୁବେଳେ କଳହ  ଲାଗି ରହୁଥିବା କାରଣରୁ ହସ୍ପିଟାଲ୍‌ର ଅସୁବିଧାକୁ କାହାରି ବି ଦୃଷ୍ଟି ଯାଉ ନଥିଲା। ସେମାନଙ୍କ ଝଗଡ଼ା ହିଁ ଏପରି ପରିସ୍ଥିତି ପାଇଁ ଦାୟୀ।

ଉଲ୍ଳେଖଯୋଗ୍ୟ, ୨୦୧୯ ମସିହା ଡିସେମ୍ବର ମାସରୁ ନେଇ ଏଯାବତ୍‌ ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ୍‌ ହସ୍ପିଟାଲ୍‌ରେ ୧୧୩ ଜଣ ଶିିଶୁଙ୍କ ମୃତ୍ୟୁ ଘଟି ସାରିଲାଣି। ଡାକ୍ତରୀ ଅବହେଳା ହେତୁୁ ଅଧିକାଂଶ  ଶିଶୁଙ୍କର ମୃତ୍ୟୁ ଘଟୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲେ ବି ହସ୍ପିଟାଲ୍‌ ପକ୍ଷରୁ ତାହାକୁ ଅସ୍ବୀକାର କରାଯାଇଥିଲା। ନିକଟ ଅତୀତରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ହସ୍ପିଟାଲ୍‌ ବୁଲି ହସ୍ପିଟାଲ୍‌ରେ ଆବଶ୍ୟକୀୟ ଉପକରଣର ଅଭାବ ଅଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe