ପୁଲ୍‌ଓ୍ଵାମା ସହିଦଙ୍କ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ କୋଟାର ଏଇ ବ୍ୟକ୍ତି

Advertisment
ପୁଲ୍‌ଓ୍ଵାମା ସହିଦଙ୍କ ଲାଗି ୧୧୦ କୋଟି ଟଙ୍କା ଦାନ କରିବେ କୋଟାର ଏଇ ବ୍ୟକ୍ତି

କୋଟା: ସମ୍ପ୍ରତି ମୁମ୍ବାଇରେ ବସବାସ କରୁଥିବା ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତାଜ୍‌ ଏ. ହମିଦ୍‌ ପୁଲ୍‌ଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଙ୍ଗଳ ଲାଗି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ପାଣ୍ଠିକୁ ନିଜ ଟିକସ ଦେୟ ସମ୍ପତ୍ତିରୁ ୧୧୦ କୋଟି ଟଙ୍କା ଦାନ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଇ-ମେଲ୍‌ ଦେଇ ଏ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ୍‌ କରିବାକୁ ସମୟ ମାଗିଛନ୍ତି। ଜନ୍ମାନ୍ଧ ହମିଦ କୋଟାସ୍ଥିତ ସରକାରୀ ବାଣିଜ୍ୟ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି। ସମ୍ପ୍ରତି ସେ ଜଣେ ଗବେଷକ ଓ ବୈଜ୍ଞାନିକ ଭାବେ ମୁମ୍ବାଇରେ କାର୍ଯ୍ୟରତ।

ଜାତୀୟ ରିଲିଫ୍‌ ଫଣ୍ଡ୍‌ର ସଚିବ ଅଗ୍ନି କୁମାର ଦାସ ଅଲିଙ୍କୁ ନିଜର ପ୍ରୋଫାଇଲ୍‌ ପଠାଇବାକୁ କହିଛନ୍ତି। ସହିଦଙ୍କୁ ଦାନ କରିବାକୁ କାହିଁକି ସେ ଉଦ୍‌ବୁଦ୍ଧ ହେଲେ ବୋଲି ପଚରାଯିବାରୁ ସେ କହିଲେ, ଆମ ମାତୃଭୂମି ଲାଗି ଜୀବନ ଦେଇଥିବା ସହିଦଙ୍କୁ ସହାୟତା ଓ ସମର୍ଥନ କରିବାକୁ ପ୍ରେରଣା ଦେଶର ସମସ୍ତ ନାଗରିକଙ୍କ ରକ୍ତରେ ଥିବା କଥା।

ହମିଦ୍‌ ଦୁଃଖ ପ୍ରକାଶ କରି କହନ୍ତି, ତାଙ୍କ ଉଦ୍ଭାବିତ ‘ଫୁଏଲ୍‌ ବର୍ଣ୍ଣ ରେଡିଏସନ୍‌ ଟେକ୍ନୋଲଜି’ ଯଦି ଠିକଣା ସମୟରେ ସରକାର ଅନୁମୋଦନ କରିଥାଆନ୍ତେ ତେବେ ପୁଲ୍‌ଓ୍ଵାମା ଆକ୍ରମଣକୁ ପ୍ରତିହତ କରି ହୋଇଥାଆନ୍ତା। ଜିପିଏସ୍‌, କ୍ୟାମେରା ବା ଅନ୍ୟ କୌଣସି ବୈଷୟିକ ଉପକରଣ ସହାୟତା ବିନା ଏହା ଦ୍ୱାରା ଯେ କୌଣସି ଯାନବାହାନ ବା ଜିନିଷପତ୍ର ଠାବ କରିହେବ। ସେ ୨୦୧୬ରେ ଏହି ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ଅକ୍ଟୋବର ୨୦୧୮ରେ ଏହାକୁ ପ୍ରାରମ୍ଭିକ ଅନୁମୋଦନ ମିଳିଥିଲା। କିନ୍ତୁ, ଏବେ ମଧ୍ୟ ତାହା ସେହି ଅବସ୍ଥାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe