ବିବାଦୀୟ କୋଟିଆ ମାମଲାର ସମାଧାନ ଦୁଇ ରାଜ୍ୟର ଜିଲ୍ଲାପାଳଙ୍କ ସ୍ତରରେ କରାଯିବ

ଭର୍ଚୁଆଲରେ ହେଲା ଓଡ଼ିଶା –ଆନ୍ଧ୍ର ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ

କୋଟିଆରେ ବିକାଶର ରଙ୍ଗିନ ଚିତ୍ର ଦେଖାଇଲେ ମନ୍ତ୍ରୀ

Mycitylinks

ନୂଆଦିଲ୍ଲୀ : ଓଡିଶା –ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦିର୍ଘଦିନ ଧରି ଲାଗିରହିଥିବା ଏକାଧିକ ବିବାଦୀୟ ପ୍ରସଙ୍ଗଗୁଡିକର ସମାଧାନ ପାଇଁ ଆଜି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭର୍ଚ୍ଚୁଆଲ ମୋଡରେ ବୈଠକ କରିଛନ୍ତି। ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ସମୀର ଶର୍ମାଙ୍କ ସମେତ ଦୁଇ ରାଜ୍ୟ ଦ୍ବାରା ଅଧିକାରୀସ୍ତରୀୟ ବୈଠକ ପାଇଁ ଗଠନ କରାଯାଇଥିବା କମିଟିର ସଦସ୍ୟମାନେ ବୈଠକରେ ଯୋଗଦେଇଥିଲେ।ବୈଠ‌କରେ କୋଟିଆ ‌ଗ୍ରାମପୁଂଜ ,ଶକ୍ତି,ଜଳ ସଂପଦ,ଉଚ୍ଚ ଶିକ୍ଷା,ସ୍କୂଲ ଶିକ୍ଷା ଏବଂ ପରିବହନ ସଂପର୍କିତ ପ୍ରସଙ୍ଗଗୁଡିକ ଉପରେ ଦୁଇ ରାଜ୍ୟର ମୁଖ୍ୟ ଶ‌ାସନ ସଚିବମାନେ ବିସ୍ତୁତଭାବେ ଆଲୋଚନା କରିଥିବାର ଜଣାପଡିଛି।

ବିବାଦୀୟ କୋଟିଆ ଗ୍ରାମପୁଂଜ ପ୍ରସଙ୍ଗରେ ବୈଠକରେ ଦୁଇ ରାଜ୍ୟର ଜିଲ୍ଲାପାଳ(କୋରାପୁଟ ଓ ବିଜୟନଗରମ)ଙ୍କ ପାଖରେ ଉପଲବ୍ଧ ହେଉଥବା ମେପ୍(ମାନଚିତ୍ର) ଆଧାରରେ ବିବାଦର ସମାଧାନ କରାଯିବା ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ବୈଠକରେ ଏହି ବିବାଦର ସମାଧାନ ଜିଲ୍ଲାସ୍ତରରେ ହିଁ କରାଯିବାକୁ ନେଇ ଗୁରୁତ୍ବାରୋପ କରାଯାଇଥିଲା।ଏଥିରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସହମତି ପ୍ରକାଶ କରିଥିବାର କୁହାଯାଉଛି। ଦୁଇ ରାଜ୍ୟର ପରିବହନ ସଂପର୍କିତ ପ୍ରସଙ୍ଗଗୁଡିକର ତ୍ବରିତ ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଆଲୋଚନା କରିଥିଲେ। ବୈଠକରେ ନେରେଡି ବ୍ୟାରେଜ, ଝଂଜାବତି ଜଳପ୍ରପାତ,ବାହୁଦା ନଦୀ ଜଳ ଛାଡିବା,ବାଲିମେଳା ତଥା ଅପର ସିଲେରୁ ଜଳ ବିଦ୍ୟୁତ ‌କ୍ଷେତ୍ର ଭଳି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା କରାଯିବା ସହିତ ଏଗୁଡିକର ସମାଧାନ ପାଇଁ କ୍ରମାଗତଭାବେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ମତ ପ୍ରକାଶ ପ‌ାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe