ନୂଆଦିଲ୍ଲୀ : କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରାଇବାକୁ ବେଆଇନ ଦର୍ଶାଇ ଓଡ଼ିଶା ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଦାଲତ ଅବମାନନା ପିଟିସନ୍ ଉପରେ ସୁପ୍ରିମକୋର୍ଟ ତିନି ସପ୍ତାହ ପରେ ଶୁଣାଣି କରି ନିଷ୍ପତ୍ତି ନେବେ। ଆଜି ଶୁଣାଣି ସମୟରେ ଏହି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏ.ଏମ୍. ଖାନୱିଲକର ଓ ବିଚାରପତି ଜଷ୍ଟିସ୍ ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ କୋଟିଆ ପ୍ରସଙ୍ଗରେ ଗତ ଅଗଷ୍ଟ ୩୧ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲା ସମାଧାନ କରିବାକୁ ପରାମର୍ଶ ଦେବା ସହ ଏହାର ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇ ଦେଇଥିଲେ। ଶୁଣାଣିକୁ ଆହୁରି ୮ ସପ୍ତାହ ଘୁଞ୍ଚାଇ ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲା ଶୁଣାଣି ପୂର୍ବରୁ ‘ଲେଟର୍ ସର୍କୁଲେଟ୍’ କରାଯାଇଥିଲା। ମୌଖିକ ଭାବେ ଏ ନେଇ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
Follow Us