Image Courtesy of Daily Excelsior
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୧୨ ଜନପଥ ସ୍ଥିତ ତାଙ୍କ ନୂଆ ବାସଭବନ ଯାଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କ ବଙ୍ଗଳା କୋବିନ୍ଦଙ୍କୁ ମିଳିଛି। ଏହି ବଙ୍ଗଳା ହେଉଛି କୋବିନ୍ଦଙ୍କ ଅବସର କାଳୀନ ଗୃହ। ଏଠାରେ ରହିବା ଦ୍ବାରା ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅବସର ପରେ ଅନେକ ସୁବିଧା ସୁଯୋଗ ମିଳିବ। ବଙ୍ଗଳା ସହ କୋବିନ୍ଦଙ୍କୁ ଅଢ଼େଇ ଲକ୍ଷ ଟଙ୍କା ପେନସନ୍ ମିଳିବ। ଅବସରପ୍ରାପ୍ତ ରାଷ୍ଟ୍ରପତିଙ୍କୁ ସଚିବାଳୟ କର୍ମଚାରୀ ମିଳିବେ। ଜଣେ ବ୍ୟକ୍ତିଗତ ସଚିବ, ଅତିରିକ୍ତ ବ୍ୟକ୍ତିଗତ ସଚିବ, ଜଣେ ବ୍ୟକ୍ତିଗତ ସହଯୋଗୀ, ୨ ଜଣ ପିଅନ ମିଳିବେ। ଅଫିସ ଖର୍ଚ୍ଚ ବାବଦକୁ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ। ନିୟମ ଅନୁଯାୟୀ ଅବସରପ୍ରାପ୍ତ ରାଷ୍ଟ୍ରପତିଙ୍କୁ ବାକି ଜୀବନ ମାଗଣା ଚିକିତ୍ସା ମିଳିବ।
Follow Us