କୌଣସି ବ୍ୟକ୍ତି କିମ୍ବା କାମ ଛୋଟ ନୁହେଁ: କୋବିନ୍ଦ

Advertisment

ବିଜୟାଦଶମୀର ଆହ୍ଵାନ: ରାବଣପୋଡ଼ି ହେଉଛି ଅଧର୍ମ ଉପରେ ଧର୍ମର ବିଜୟ

ବିଜୟାଦଶମୀର ଆହ୍ଵାନ: ରାବଣପୋଡ଼ି ହେଉଛି ଅଧର୍ମ ଉପରେ ଧର୍ମର ବିଜୟ

କୌଣସି ବ୍ୟକ୍ତି କିମ୍ବା କାମ ଛୋଟ ନୁହେଁ: କୋବିନ୍ଦ

ନୂଆଦିଲ୍ଲୀ: ବିଜୟାଦଶମୀ ନୈତିକତା ଓ ସଦାଚରର ପର୍ବ। କୌଣସି ବ୍ୟକ୍ତି କିମ୍ବା କାମ ଛୋଟ ନୁହେଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର କହିଛନ୍ତି। ଜାତୀୟ ରାଜଧାନୀ ଲାଲକିଲ୍ଲା ପଡ଼ିଆରେ ଅନୁଷ୍ଠିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଇ କୋବିନ୍ଦ କହିଛନ୍ତି, ଭଗବାନ ରାମସେତୁ ନିର୍ମାଣ ଚାଲିଥିବା ବେଳେ, ଭକ୍ତ ହନୁମାନ, ନଳ, ନୀଳ, ଜାମ୍ଭବାନ ଓ ବାନରସେନା ଲାଗିପଡ଼ିଥିଲେ। ପୂର୍ବରୁ ବାନରସେନା ସେତୁ ନିର୍ମାଣ କାମରେ ଯୋଗ ଦେବା ପାଇଁ ରାମଙ୍କ ପାଖକୁ ଯାଇ ନିବେଦନ କରିଥିଲେ। କୋବିନ୍ଦ କହିଛନ୍ତି, ରାଷ୍ଟ୍ରର ଉନ୍ନତିରେ ସମସ୍ତଙ୍କର ଯୋଗଦାନ ରହିବା ଅତ୍ୟନ୍ତ ଜରୁରୀ। ନିଷ୍ଠାପତ ସହ କାମ କଲେ ଦେଶର ବିକାଶ ହେବ।

publive-image

ଭଗବାନ ରାମଙ୍କ ପରି ନିଅନ୍ତୁ ସଂକଳ୍ପ: ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶହରା ଅବସରରେ ସମ୍ବୋଧନରେ କହିଥିଲେ, ଉତ୍ସବ ସାମାଜିକ ଶିକ୍ଷାର ମାଧ୍ୟମ। ଆମ ଉତ୍ସବ ସାମାଜିକ ପରଂପରା ସହିତ ଜଡ଼ିତ। ସେ ଅଧର୍ମ ଉପରେ ଧର୍ମର ବିଜୟକୁ ବ୍ୟାଖ୍ୟା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଜୟାଦଶମୀ ଅବସରରେ ୨୦୨୨ ପର୍ଯ୍ୟନ୍ତ ଦେଶ ପାଇଁ କିଛି ନା କିଛି ସଂକଳ୍ପ ନେବାକୁ ପଡ଼ିବ। ୨୦୨୨ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରଣ କରିବ। ମୋଦି କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ନିଜ ପାଖରେ ଥିବା ରାବଣ ପ୍ରକୃତିକୁ ବିନାଶ କରିବାର ସମୟ ଆସିଛି। ଉଦାହରଣ ଦେବାକୁ ଯାଇ ସେ କହିଥିଲେ, ଭଗବାନ ଶ୍ରୀରାମଙ୍କ ସରଳ ହୃଦୟ ଯୋଗୁଁ ତାଙ୍କୁ ବାନରସେନାର ସହଯୋଗ ମିଳିବା ସହିତ ଲଙ୍କାର ଲୋକମାନେ ମଧ୍ୟ ସମର୍ଥନ ମିଳିଥିଲା। ତେଣୁ ପ୍ରଭୁ ରାମଙ୍କ ପରି ଆମକୁ ମଧ୍ୟ ସଂକଳ୍ପ ନେବାକୁ ହେବ।

ପୂର୍ବରୁ ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତୀକାତ୍ମକ ରାମ, ଲକ୍ଷ୍ମଣ ଓ ହନୁମାନଙ୍କୁ ଧୂପ, ଦୀପ, ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥିଲେ। ରାବଣପୋଡ଼ି ହେଉଛି ଅଧର୍ମ ଉପରେ ଧର୍ମର ବିଜୟ। ଲାଲକିଲ୍ଲା ପଡ଼ିଆରେ ଅନୁଷ୍ଠିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ରାକ୍ଷସ କୁମ୍ଭକର୍ଣ୍ଣ ଓ ମେଘନାଦର ମୂର୍ତ୍ତି ପୋଡ଼ାଯିବା ପରେ ରାବଣକୁ ପୋଡ଼ାଯାଇଥିଲା। ସେହିପରି ଦିଲ୍ଲୀର ରାମଲୀଳା ପଡ଼ିଆରେ ଅନୁଷ୍ଠିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

୨୦୨୨ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରଣ କରିବ। ଏଣୁ ଦେଶ ପାଇଁ କିଛି ନା କିଛି ସଂକଳ୍ପ ନେବା ଦରକାର।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe