କୋବିନ୍ଦଙ୍କ ଆବେଗପୂର୍ଣ୍ଣ ବିଦାୟୀ ଭାଷଣ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ, ଗାନ୍ଧୀଙ୍କୁ ସ୍ମରଣ କଲେ

Advertisment
କୋବିନ୍ଦଙ୍କ ଆବେଗପୂର୍ଣ୍ଣ ବିଦାୟୀ ଭାଷଣ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ, ଗାନ୍ଧୀଙ୍କୁ ସ୍ମରଣ କଲେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ରବିବାର ପୂରୁଥିବା ବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନରେ ତାଙ୍କ ପାଇଁ ଏକ ବିଦାୟକାଳୀନ ମଧ୍ୟାହ୍ନ ଭୋଜନର ଅୟୋଜନ କରିଥିଲେ। ତା’ର ଦିନକ ପରେ ଶନିବାର ରାଷ୍ଟ୍ରପତି କୋବିନ୍ଦ ପାର୍ଲାମେଣ୍ଟରେ ତାଙ୍କର ବିଦାୟକାଳୀନ ଭାଷଣ ଦେବା ଅବସରରେ ଖୁବ୍ ଭାବପ୍ରବଣ ହୋଇପଡ଼ିଥିଲେ। ରାଷ୍ଟ୍ରପତି ତାଙ୍କ ଭାଷଣରେ କହିଲେ ଯେ ପାଞ୍ଚବର୍ଷ ତଳେ ସେ ସେଣ୍ଟ୍ରାଲ ହଲ୍‌ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସମସ୍ତ ସାଂସଦଙ୍କ ପାଇଁ ତାଙ୍କ ଅନ୍ତରରେ ସ୍ବତନ୍ତ୍ର ସ୍ଥାନ ରହିଛି।

ରାଷ୍ଟ୍ରପତି କହିଲେ, ଭାରତକୁ ଏକ ବଡ଼ ପରିବାର ଭାବେ ଯେତେବେଳେ ଆମେ ଦେଖୁ, ଆମେ ହୃଦୟଙ୍ଗମ କରୁ ଯେ ବିବାଦର ସମାଧାନ ପାଇଁ ଅନେକ ବାଟ ଅଛି। ସଦ୍‌ଭାବ ପ୍ରତିଷ୍ଠା ପାଇଁ ମହାତ୍ମା ଗାନ୍ଧୀ ଶାନ୍ତି ଓ ଅହିଂସାର ମାର୍ଗ ଆପଣାଇଥିଲେ, ଆମେ ବି ସେହି ପଥରେ ଯିବା ଉଚିତ। ସଂସଦରେ ବିତର୍କରେ ଭାଗ ନେବା ଓ ଭିନ୍ନମତ ବ୍ୟକ୍ତ କରିବାର ଅଧିକାର ଦାବି କଲାବେଳେ ସାଂସଦମାନେ ଗାନ୍ଧୀ ଦର୍ଶନର ଅନୁସରଣ କରିବା ଆବଶ୍ୟକ। ଏଥି ସହ କୋବିନ୍ଦ କହିଥିଲେ ଯେ, ତାଙ୍କୁ ରାଷ୍ଟ୍ରପତି ଭାବେ ଦେଶ ସେବା କରିବାର ଅଧିକାର ଦେଇଥିବାରୁ ସେ ଦେଶବାସୀଙ୍କ ନିକଟରେ ଚିରକୃତଜ୍ଞ। ସଂସଦକୁ ଗଣତନ୍ତ୍ରର ମନ୍ଦିର ଭାବେ ଅଭିହିତ କରି କୋବିନ୍ଦ କହିଲେ ଯେ, ପ୍ରତ୍ୟେକ ପରିବାର ଭଳି ସଂସଦରେ ଭିନ୍ନମତ ଦେଖିବାକୁ ମିଳେ। କିନ୍ତୁ ଆମେ ସମସ୍ତେ ହେଉଛୁ ଏହି ‘ସଂସଦ ପରିବାର’ର ସଦସ୍ୟ, ଆମ ସମସ୍ତଙ୍କର କର୍ତ୍ତବ୍ୟ ବିରାଟ ଯୌଥ ପରିବାର ଭଳି ଏହି ଦେଶର ସ୍ବାର୍ଥରକ୍ଷା ପାଇଁ କାମ କରିବାକୁ ସର୍ବପ୍ରାଥମିକତା ଦେବା। ତାଙ୍କ କାର୍ଯ୍ୟକାଳ ସମୟରେ ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରିପରିଷଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe