କାଠମାଣ୍ଡୁ : ୮ ସେପ୍ଟେମ୍ବର ୨୦୨୫ରେ, ନେପାଳରେ ଜେନ୍-ଜେଡ୍ ପ୍ରତିବାଦର ପ୍ରଥମ ଦିନରେ, ପୁଲିସ ଦ୍ବାରା ସ୍ୱୟଂଚାଳିତ ଅସ୍ତ୍ର ସାହାଯ୍ୟରେ ଗୁଳିଚାଳନା କରି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଶୁକ୍ରବାର ସେ କହିଛନ୍ତି ଯେ ପୁଲିସ ପାଖରେ ସ୍ୱୟଂଚାଳିତ ଅସ୍ତ୍ର ନାହିଁ କିମ୍ବା ତାଙ୍କ ସରକାର ପ୍ରତିବାଦକାରୀଙ୍କ ଉପରେ ସିଧାସଳଖ ଗୁଳି ଚଳାଇବା ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିଲେ ।
ସେ କହିଛନ୍ତି ଯେ ପ୍ରତିବାଦକାରୀଙ୍କ ବିରୁଦ୍ଧରେ ହୋଇଥିବା ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାରର ତଦନ୍ତ କରାଯିବା ଉଚିତ। ସେ ଦାବି କରିଛନ୍ତି ଯେ ଏହି ଆନ୍ଦୋଳନରେ ଅନୁପ୍ରବେଶକାରୀଙ୍କ ଦ୍ୱାରା କରାଯାଇଥିବା ହିଂସାରେ ଯୁବକମାନେ ମୃତ୍ୟୁବରଣ କରିଛନ୍ତି।

ସେ କହିଥିଲେ ଯେ ପୂର୍ବରୁ ହୋଇଥିବା ବିକ୍ଷୋଭଗୁଡ଼ିକରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇନଥିଲା। ପୁଲିସ ଅନୁସାରେ, ଜେନ୍-ଜେଡ୍ ପ୍ରତିବାଦରେ ଅତି କମରେ ୭୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଓଲି କହିଛନ୍ତି ଯେ ସିଂହ ଦରବାର, ସରକାରଙ୍କ ମୁଖ୍ୟ ପ୍ରଶାସନିକ କେନ୍ଦ୍ର, ସଂସଦ ଭବନ, ସୁପ୍ରିମକୋର୍ଟ କୋଠା ଏବଂ ଅନ୍ୟାନ୍ୟ କୋର୍ଟ କମ୍ପ୍ଲେକ୍ସ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ରାଜନୈତିକ ଦଳର କାର୍ଯ୍ୟାଳୟରେ ହିଂସାତ୍ମକ ପ୍ରତିବାଦ ସମୟରେ ଘଟିଥିବା ପୋଡ଼ାଜଳା ଏକ ଷଡ଼ଯନ୍ତ୍ର ଥିଲା।
ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ, ୯ ସେପ୍ଟେମ୍ବରରେ କେପି ଓଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
Follow Us