ନେପାଳ : ଆସ୍ଥାଭୋଟ ଜିତିଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

Advertisment
ନେପାଳ : ଆସ୍ଥାଭୋଟ ଜିତିଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି

କାଠମାଣ୍ଡୁ: ନେପାଳର ନବନିଯୁକ୍ତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରବିବାର ସଂସଦରେ ଆସ୍ଥା ଭୋଟ ଜିତିଛନ୍ତି। ଏହି ବରିଷ୍ଠ କମ୍ୟୁନିଷ୍ଟ ନେତା ଗତ ସପ୍ତାହରେ ଚତୁର୍ଥ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ କ୍ୟାବିନେଟର ଅନ୍ୟ ୨୧ ଜଣ ସଦସ୍ୟଙ୍କ ସହ ଶପଥ ନେଇଥିଲେ।

ନେପାଳରେ ସରକାର ଗଠନ ପାଇଁ ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ଅତି କମରେ ୧୩୮ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଏହି ସମୟ ମଧ୍ୟରେ ଓଲିଙ୍କୁ ୧୮୮ ଖଣ୍ଡ ଭୋଟ୍ ମିଳିଥିଲା। ଆବଶ୍ୟକ ସମର୍ଥନ ଠାରୁ ସେ ୫୦ ଖଣ୍ଡ ଅଧିକ ଭୋଟ ପାଇଥିଲେ। ଏହି ବରିଷ୍ଠ କମ୍ୟୁନିଷ୍ଟ ନେତା ସୋମବାର ଚତୁର୍ଥ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। କ୍ୟାବିନେଟର ଅନ୍ୟ ୨୧ ଜଣ ସଦସ୍ୟଙ୍କ ସହ ଓଲି ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଓଲି ସରକାରରେ ଦେଶର ସବୁଠାରୁ ବଡ଼ ଦଳ ନେପାଳୀ କଂଗ୍ରେସ (ଏନସି) ଏବଂ ଅନ୍ୟାନ୍ୟ ଛୋଟ ଦଳ ମଧ୍ୟ ସାମିଲ ଅଛନ୍ତି।

ନେପାଳର ସମ୍ବିଧାନ ଅନୁଯାୟୀ ଓଲିଙ୍କୁ ଶପଥ ନେବାର  ୩୦ ଦିନ ମଧ୍ୟରେ ସଂସଦରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ତାଙ୍କୁ ମାତ୍ର ୧୩୮ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe