ମଥୁରା କୋର୍ଟରେ କୃଷ୍ଣ ଜନ୍ମଭୂମି ମାଲିକାନା ମାମଲା : ଜାଗା ମାଡ଼ିବସିଛି ଇଦ୍‌ଗାହ ମସ୍‌ଜିଦ୍ କମିଟି

Advertisment
ମଥୁରା କୋର୍ଟରେ କୃଷ୍ଣ ଜନ୍ମଭୂମି ମାଲିକାନା ମାମଲା : ଜାଗା ମାଡ଼ିବସିଛି ଇଦ୍‌ଗାହ ମସ୍‌ଜିଦ୍ କମିଟି

OpIndia

ମଥୁରା(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମଥୁରାସ୍ଥିତ କୃଷ୍ଣ ଜନ୍ମଭୂମିସ୍ଥଳର ସମଗ୍ର ୧୩.୩୭ ଏକର ଜାଗାର ମାଲିକାନା ଏବଂ ସହରରେ ଶ୍ରୀକୃଷ୍ଣ ମନ୍ଦିରକୁ ଲାଗି ରହିଥିବା ସାହି ଇଦ୍‌ଗାହ ମସ୍‌ଜିଦ୍‌ର ଉଚ୍ଛେଦ ଦାବି କରି ପ୍ରଭୁ ଶ୍ରୀକୃଷ୍ଣ ବିରାଜମାନ ପକ୍ଷରୁ ଏକ ମାମଲା ମଥୁରା କୋର୍ଟରେ ଦାଏର ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ରଞ୍ଜନ ଅଗ୍ନିହୋତ୍ରୀ ଏବଂ ଅନ୍ୟ ଛଅ ଜଣ ଏହି ଦେଵାନୀ ମାମଲାକୁ ଓକିଲ ହରିଶଙ୍କର ଜୈନ ଓ ବିଷ୍ଣୁ ଜୈନ ରୁଜୁ କରିଛନ୍ତି। ମାମଲାର ପ୍ରତିବାଦୀ ଭାବରେ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଵାକଫ୍‌ ବୋର୍ଡ ଏବଂ ସାହି ମସ୍‌ଜିଦ୍‌ ଇଦ୍‌ଗାହ ପରିଚାଳନା ଟ୍ରଷ୍ଟି କମିଟି ରହିଛନ୍ତି।

ମାମଲାର ଆବେଦନ ଅନୁସାରେ, ୧୬୫୮ ଜୁଲାଇ ୩୧ରୁ ୧୭୦୭ ମାର୍ଚ୍ଚ ୩ ଯାଏ ଭାରତକୁ ଶାସନ କରୁଥିବା ମୋଗଲ ସମ୍ରାଟ ଆଉରଙ୍ଗଜେବ ଦେଶରେ ସଂଖ୍ୟାଧିକ ହିନ୍ଦୁ ମନ୍ଦିର ଓ ଧାର୍ମିକ ସ୍ଥଳ ଧ୍ବଂସ କରିଦେବା ପାଇଁ ନିର୍ଦ୍ଦେଶ କରିଥିଲେ। ୧୬୬୯ରୁ ୭୦ ମସିହା ଭିତରେ ସଂଘଟିତ ଏହି ଧ୍ବଂସଲୀଳା ମଧ୍ୟରେ ମଥୁରାର କତ୍ରା କେଶବଦେବସ୍ଥିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ରହିଥିଲା। ଆଉରଙ୍ଗଜେବଙ୍କ ସିପାହୀମାନେ କେଶବ ଦେବ ମନ୍ଦିର ଧ୍ବଂସ କରିବାରେ ଆଂଶିକ ସଫଳ ହୋଇଥିଲେ ଏବଂ ସେଠାରେ ବଳପୂର୍ବକ ଇଦ୍‌ଗାହ ମସ୍‌ଜିଦ୍‌ ନିର୍ମାଣ କରାଇଥିଲେ। ଏହାର ଟ୍ରଷ୍ଟ କମିଟି କିଛି ମୁସଲିମ୍‌ଙ୍କ ସହାୟତାରେ ସେଠାରେ ବଡ଼ ଧରଣର ନିର୍ମାଣ କରିବା ସହ କାତ୍ରା କେଶବ ଦେବଙ୍କର ସ୍ଥାନ ମଧ୍ୟ ମାଡ଼ି ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe