ବାବ୍ରି ରାୟ ଘୋଷଣା ପରେ କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ମାମଲାକୁ ଖାରଜ କଲେ ୟୁପି କୋର୍ଟ

ବାବ୍ରି ରାୟ ଘୋଷଣା ପରେ କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ମାମଲାକୁ ଖାରଜ କଲେ ୟୁପି କୋର୍ଟ

NewsDig

ନୂଆଦିଲ୍ଲୀ/ ମଥୁରା: ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ପରେ ମଥୁରାର କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ହୋଇଥିବା ଏକ ଆବେଦନକୁ ଆଜି ଉତ୍ତରପ୍ରଦେଶର ଏକ ଅଦାଲତ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମଥୁରାର ଏକ ସିଭିଲ କୋର୍ଟରେ ଆଗତ ହୋଇଥିବା ଏକ ପିଟିସନରେ କୃଷ୍ଣ ଜନ୍ମଭୂମିର ପୁନଃଉଦ୍ଧାର କରିବାକୁ କୁହାଯାଇଥିଲା। ଏଥିରେ ମୋଗଲ ସମ୍ରାଟ ଔରଙ୍ଗଜେବ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ବୋଲି ବଶ୍ୱାସ କରାଯାଉଥିବା ସ୍ଥାନରେ ଥିବା ଏକ ମନ୍ଦିରର ଏକ ଅଂଶ ନଷ୍ଟ କରିଦେଇ ସେଠାରେ ଏକ ମସଜିଦ୍‌ ତୋଳାଇଥିଲେ ବୋଲି ଦର୍ଶାଯାଇଥିଲା। ତେଣୁ, ମନ୍ଦିର ପାଖରେ ଥିବା ଏହି ମସଜିଦକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଏହି ଆବେଦନ କରାଯାଇଥିଲା। ତେବେ, କୌଣସି ଧାର୍ମିକ ସ୍ଥାନରେ ୧୯୪୭ର ସ୍ଥିତି ବଦଳାଇଥିବା ଏକ ଆଇନକୁ ଦର୍ଶାଇ ଉତ୍ତରପ୍ରଦେଶର ଏକ ଅଦାଲତ ଆଜି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବାକୁ ମନା କରିଦେବା ସହ ଆଗତ ମାମଲାକୁ ଖାରଜ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe