ବିଶ୍ବକବିଙ୍କ ମଜାକ ଉଡ଼ାଯାଉଥିବା ବେଳେ ହସୁଥି‌ଲେ କାଜୋଲ

କୃଷ୍ଣା ଅଭିଷେକ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ‘ପଞ୍ଚଲା ଚଲୋ ରେ… କହି ମଜାକ ଉଡାଇଥିଲେ। ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।

ବପ


ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ ସିଜନ-୨’ର ପ୍ରସାରଣ ଆରମ୍ଭ ହୋଇଯାଇଛି। ଏହି ସୋ’ ଲୋକପ୍ରିୟ ସୋ ମଧ୍ୟରୁ ଅନ୍ୟତମ। ଚଳିତଥର ସୋ’ର କଳାକାରମାନଙ୍କ ଦ୍ବାରା ହୋଇଥିବା ତ୍ରୁଟିକୁ ନେଇ ସମାଲୋଚନା କରାଯାଉଛି। ସୋ’ର କଳାକାର କୃଷ୍ଣା ଅଭିଶେକ ସଙ୍କଟରେ ପଡ଼ି ଯାଇଛନ୍ତି। ସୋ’ର ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଯାଇଛି। କାରଣ ଏହି ସୋ’ରେ ବିଶ୍ବକବି ତଥା ନୋବେଲ ପୁରସ୍କାର ବିଜେତା ରବିନ୍ଦ୍ରନାଥ ଠାକୁରଙ୍କ ମଜାକ ଉଡ଼ାଯାଇଛି।

ଗତ ସପ୍ତାହରେ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ରେ ‘ଦୋ ପତ୍ନୀ’ ସିନେମାର ଷ୍ଟାର  କାଷ୍ଟ କାଜୋଲ ଓ କୃତି ସେନନ ପହଞ୍ଚିଥିଲେ। ଏହି ଅଧ୍ୟାୟରେ କୃଷ୍ଣା ଅଭିଷେକ ଜ୍ୟାକି ଶ୍ରଫଙ୍କ ନକଲ କରି ଅଭିନୟ କରିଥିଲେ।

ଏହି ଅଭିନୟରେ ସେ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ଦେଇଥିଲେ।  କୃଷ୍ଣା ମଜାକ କରି କହିଥିଲେ, ‘ପଞ୍ଚଲା ଚଲୋ ରେ… ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।’

ଏହି ଅଧ୍ୟାୟ ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇ ଥିବା ବେଳେ ବଙ୍ଗ ସମୁଦାୟକୁ ଏହା ପସନ୍ଦ ଆସି ନଥିଲା। ଏହି ଘଟଣାକୁ ନେଇ ବଙ୍ଗାଳୀ ଲେଖକ ସୁଜତୋ ବନ୍ଦୋପାଧ୍ୟାୟ ସୋସିଆଲ ମିଡିଆ ପେଜରେ ଅଭିନେତା କୃଷ୍ଣା ଅଭିଷେକଙ୍କୁ ଆକ୍ଷେପ କରି ଲେଖିଛନ୍ତି, ‘ହାସ୍ୟା ଓ ମଜାକ ମଧ୍ୟରେ ଏକ ପତଳା ଲାଇନର ଫରକ ରହିଥାଏ। ଯାହାକୁ ଅତିକ୍ରମ କରିବା ଦ୍ବାରା ସମୟ ସମୟରେ ଅସୁବିଧା ଦେଖା ଦେଇଥାଏ। ଅନେକ ‌କ୍ଷେତ୍ରରେ ଲୋକେ ଜୋସରେ ହୋସ ହରାଇ ବସିଥାଆନ୍ତି। କେଉଁ ପରିସ୍ଥିତିରେ କାହାର ମଜାକ ଉଡ଼ାଉଛନ୍ତି ଜାଣି ପାରି ନଥାଆନ୍ତି।

ନିକଟରେ କୃଷ୍ଣା ଅଭିଷେକ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ‘ପଞ୍ଚଲା ଚଲୋ ରେ… କହି ମଜାକ ଉଡାଇଥିଲେ। ଅର୍ଥାତ ୫ଜଣଙ୍କ ସହ ଚାଲ। ଏକା ଚାଲିଲେ କୁକୁର ପଛରେ ପଡ଼ିଯିବେ।

ଏଭଳି ମଜାକ ବଙ୍ଗ ସମୁଦାୟକୁ ଆଘାତ ପହଞ୍ଚାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଅଭିନେତ୍ରୀ କାଜୋଲ ଜ‌ଣେ ବଙ୍ଗାଳୀ ଝିଅ ହୋଇ ବେଳେ ମଞ୍ଚ ଉପରେ ରବିନ୍ଦ୍ର ଠାକୁରଙ୍କ ଲୋକପ୍ରିୟ ଗୀତ ଏକଲା ଚଲୋ ରେ ..କୁ ବଦଳାଇ ମଜାକ ଉଡ଼ାଯାଉଥିଲା ସେ ଠୋ ଠୋ ହୋଇ ହସୁଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe