ଡ.କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ ନୂତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ

Advertisment
ଡ.କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ ନୂତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ

www.firstpost.com

ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜନେସ୍‌(ଆଇଏସ୍‌ବି)ର ଆସୋସିଏଟ୍‌ ପ୍ରଫେସର ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଡ.କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ଭାରତ ସରକାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି।

ଶୁକ୍ରବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ନିଯୁକ୍ତି ନେଇ ଘୋଷଣା କରାଯାଇଛି। ସୁବ୍ରମଣ୍ୟମ୍‌ଙ୍କୁ ୩ ବର୍ଷ ଲାଗି ଏହି ପଦବିରେ ନିଯୁକ୍ତିି ଦିଆଯାଇଛି।

ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଡିଗ୍ରି ହାସଲ କରିଥିବା ଆଇଆଇଟି ଓ ଆଇ ଆଇଏମ୍‌ର ପୂର୍ବତନ ଛାତ୍ର ସୁବ୍ରମଣ୍ୟମ୍‌ ବ୍ୟାଙ୍କିଂ, କର୍ପୋରେଟ ଗଭର୍ଣ୍ଣନ୍ସ ଓ ଅର୍ଥନୈତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବେ ଜଣାଶୁଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe