ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ପଚାରିଲେ ଏଭଳି ପ୍ରଶ୍ନ

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ପଚାରିଲେ ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିକଟରେ ଟୁଇଟ କରି କହିଥିଲେ କି ସେ ଏମିତି କିଛି କାମ କରିବାକୁ ଯାଉଛନ୍ତି ଯାହା ଆଜି ପର୍ଯ୍ୟନ୍ତ କରି ନଥିଲେ। ତେବେ ଏହା ସ୍ପଷ୍ଟ ହୋଇଯାଇଛି କି ଅକ୍ଷୟ କେଉଁ କାମ କରିଛନ୍ତି।

ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି। ଯାହାର ଟିଜର ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଅକ୍ଷୟ କୁମାରଙ୍କ କହିବାନୁସାରେ, ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ନନ-ପଲିଟିକାଲ। ସେୟାର କରାଯାଇଥିବା ପ୍ରୋମୋରେ ଦେଖିବାକୁ ମିଳୁଛି କି ଅକ୍ଷୟ କୁମାର ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି, କି ଯେମିତି ମୁଁ ନିଜେ ଘରେ ମୋର ମା’ ସହିତ ରହୁଛି, କ’ଣ ଆପଣଙ୍କ ଇଚ୍ଛା ହୁଏ ନି ଆପଣଙ୍କ ସମ୍ପର୍କୀୟଙ୍କ ସହିତ ରହିବାକୁ?

publive-image Justdial

ଭିଡିଓ କ୍ୟାପସନ୍‌ରେ ଅକ୍ଷୟ କୁମାର ଲେଖିଛନ୍ତି, ସମ୍ପ୍ରତି ପୂରା ଦେଶ ନିର୍ବାଚନ ଓ ରାଜନୀତି ବିଷୟରେ ଆଲୋଚନା କରୁଛି, ଏଥିରେ ଟିକେ ବ୍ରେକ୍‌ ନିଅନ୍ତୁ। ପ୍ରଧାନମନ୍ତ୍ରୀଙ୍କ ସହିତ ନନ-ପଲିଟିକାଲ କଥାବାର୍ତ୍ତା ହେବାକୁ ସୌଭାଗ୍ୟ ମିଳିଛି। ଆପଣମାନେ ଏଏନ୍‌ଆଇ ମାଧ୍ୟମରେ ସକାଳ ୯ରେ ଏହି ସାକ୍ଷାତକାର ଦେଖି ମୋଦିଙ୍କ ବିଷୟରେ କିଛି ଜଣା-ଅଜଣା ତଥ୍ୟ ପାଇ ପାରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିଜର ଟୁଇଟର ଆକାଉଣ୍ଟରେ ଏହାର ପ୍ରୋମୋ ସେୟାର କରିଛନ୍ତି। ଏଥିସହିତ ଲେଖିଛନ୍ତି, ପଲିଟିକ୍ସ ଓ ଇଲେକସନ୍‌ ଛାଡ଼ି ଅନ୍ୟ ବିଷୟରେ ଆଲୋଚନା କରିବାକୁ ଭଲ ଲାଗିଲା। ମୋର ବିଶ୍ୱାସ କି ଲୋକମାନେ ଆମର ଏହି କଥାବାର୍ତ୍ତାକୁ ପସନ୍ଦ କରିବେ।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି ଅକ୍ଷୟ କୁମାର ଓ ପ୍ରଧାନମନ୍ତ୍ରୀଙ୍କ ପୁରୁଣା ସମ୍ପର୍କ ଅଛି। ୨୦୧୩ରେ ମୋଦିଙ୍କୁ ଅକ୍ଷୟ କୁମାର ପ୍ରଥମେ ଭେଟିଥିଲେ, ସେତେବେଳେ ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ବନିବା ପରେ ଅକ୍ଷୟ କୁମାର ଅନେକ ଥର ମୋଦିଙ୍କୁ ଭେଟି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe