ଦୁଷ୍କର୍ମ ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ କର୍ଣ୍ଣାଟକ ହାଇକୋର୍ଟ

Advertisment
ଦୁଷ୍କର୍ମ ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ କର୍ଣ୍ଣାଟକ ହାଇକୋର୍ଟ

IndiaLegal

ବେଙ୍ଗାଲୁରୁ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କର୍ଣ୍ଣାଟକ ହାଇକୋର୍ଟ ଆଜି (ମଙ୍ଗଳବାର) ଦୁଷ୍କର୍ମ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରଣୟନ କରିବାକୁ ଉଭୟ ବିଧାନସଭା ଓ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଦେଶର ମହିଳାମାନେ ବିପଦରେ ରହିବା ଅତ୍ୟନ୍ତ ଲଜ୍ଜାଜନକ। ଏହି ପରିପ୍ରେକ୍ଷୀରେ ଦୁଷ୍କର୍ମ ପରି ଜଘନ୍ୟ ଅପରାଧର ଭୟାବହତାକୁ ରୋକିବା ପାଇଁ ଦୁଷ୍କର୍ମ ଅପରାଧ ନିମନ୍ତେ ରହିଥିବା ଆଇପିସିର ୩୭୬ ଧାରାରେ ସଂଶୋଧନ ଆଣି ଏପରି ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ପାଇଁ ଆଜୀବନ କାରାଦଣ୍ଡ ଏବଂ ଜରିମାନା ସହିତ ମୃତ୍ୟୁଦଣ୍ଡକୁ ମଧ୍ୟ ଅନ୍ତର୍ଭୁକ୍ତ କରବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ବାଙ୍ଗାଲୋରର ନ୍ୟାସନାଲ ଲ’ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟି (ଏନଏଲଏସୟୁ)ର ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଥିବା ୭ଜଣ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି ଭେରାପ୍ପା ଏବଂ ଜଷ୍ଟିସ୍‌ କେ ନାଟାରାଜନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏହି ସୁପାରିଶ କରଛନ୍ତି।

publive-image

ଏହି ଘଟଣାରେ ନିଜର ଗଭୀର ଉଦବେଗ ପ୍ରକାଶ କରି ଖଣ୍ଡପୀଠ କହିଛନ୍ତି ଯେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଭାରତରେ ମହିଳାମାନେ ବିପଦରେ ଅଛନ୍ତି। ସ୍ୱାଧୀନତା ପ୍ରାପ୍ତି ପରେ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁ ଦିନ ରାତିରେ ମହିଳାମାନେ ରାସ୍ତାରେ ମୁକ୍ତ ଭାବରେ ଚାଲିପାରିବେ, ସେହି ଦିନ ଆମେ କହିପାରିବା ଯେ ଭାରତ ପ୍ରକୃତ ସ୍ୱାଧୀନତା ହାସଲ କରିଛି। ହେଲେ, ମହାତ୍ମାଙ୍କର ଏହି ସ୍ୱପ୍ନକୁ ସାକାର କରିବାରେ ଦେଶ ଆଜି ବିଫଳ ହୋଇଛି।

ତେଣୁ, ଏ ପରିସ୍ଥିତିରେ ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ବିଧାନସଭା, କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା, ଗଣମାଧ୍ୟମ ସହ ଦେଶର ସାଧାରଣ ଜନତା ମଧ୍ୟ ଦୁଷ୍କର୍ମ ପରି ଜଘନ୍ୟ ଅପରାଧକୁ ରୋକିବା ପାଇଁ ନିଜ ନିଜର ସାମୂହିକ ଜ୍ଞାନରେ ଏକତ୍ରିତ ହେବାର ସମୟ ଆସିଛି ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe