ହାଇଦ୍ରାବାଦ: ରାହୁଲ-ରେବନ୍ତଙ୍କୁ ଫାଶୀ ଦେଇଦେବା ଉଚିତ୍। ଏଭଳି କହି ବିବାଦରେ ଭାରତ ରାଷ୍ଟ୍ର ସମିତି (BRS) ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଟି. ରାମା ରାଓ (KTR)। ସେ କଂଗ୍ରେସ ଦଳ ଏବଂ ଏହାର ନେତାମାନଙ୍କୁ ଟାର୍ଗେଟ କରି ଏଭଳି ବୟାନ ଦେଇଛନ୍ତି। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ କଂଗ୍ରେସ ପୂରଣ କରୁନଥିବାରୁ ସେ ଦଳକୁ ସମାଲୋଚନ‌ା କରିଛନ୍ତି । କେ.ଟି.ଆର. ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ସେଗୁଡ଼ିକୁ ପୂରଣ କରିବାରେ ବିଫଳ ହୋଇଛି। କଂଗ୍ରେସ ୨୦୦,୦୦୦ ଚାକିରି, ଚାଷୀଙ୍କ ପାଇଁ ଋଣ ଛାଡ ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ ହୋଇନାହିଁ।

Advertisment

କ’ଣ ଅଭିଯୋଗ କରିଛନ୍ତି KTR?

ତାଙ୍କ ବିବୃତିରେ KTR କହିଛନ୍ତି, "ରାହୁଲ ଗାନ୍ଧୀଙ୍କୁ ଅଶୋକ ନଗର ଛକରେ ଫାଶି ଦିଆଯିବା ଉଚିତ। କାରଣ ସେ ୨୦୦,୦୦୦ ଚାକିରି ପ୍ରତିଶ୍ରୁତି ଦେଇ ପୂରଣ କରିନଥିଲେ। କୃଷକଙ୍କ ପାଇଁ ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ କରିନଥିବାରୁ ତାଙ୍କୁ ୱାରଙ୍ଗଲରେ ଫାଶି ଦିଆଯିବା ଉଚିତ। ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପ୍ରତିଶ୍ରୁତି ପୂରଣ କରିନଥିବାରୁ ରାହୁଲ ଗାନ୍ଧୀ ଏବଂ ରେୱନ୍ତ ରେଡ୍ଡୀଙ୍କୁ କାମାରେଡ୍ଡୀରେ ଫାଶି ଦିଆଯିବା ଉଚିତ। ଯଦି ପ୍ରତ୍ୟେକ ଅପୂରଣୀୟ ରହିଥିବା ପ୍ରତିଶ୍ରୁତି ପାଇଁ ଫାଶି ଦିଆଯାଏ, ତେବେ କଂଗ୍ରେସକୁ ୪୨୦ଥର ଫାଶି ଦେବାକୁ ପଡିବ।"

ବିବାଦ ବଢ଼ାଇଲା କେଟିଆରଙ୍କ ବୟାନ

KTRଙ୍କ ଏହି ବିବୃତି ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି କରିଛି। ସୋସିଆଲ ମିଡିଆରେ ମଧ୍ୟ ଲୋକେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।  ତେଲେଙ୍ଗାନାରେ KCRଙ୍କ ଭାରତ ରାଷ୍ଟ୍ର ସମିତିକୁ ପରାସ୍ତ କରି କଂଗ୍ରେସ ନିର୍ବାଚନ ଜିତିଥିଲା। ହେଲେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନଥିବାରୁ ଏବେ ବର୍ଷିଛନ୍ତି କେଟିଆର।

ଆହୁରି ପଢ଼ନ୍ତୁ: Somnath Temple’s 1000 Year Journey: ଦୃଢ ସଂକଳ୍ପ ଆଗରେ କୌଣସି ବିନାଶକାରୀ ଶକ୍ତି ତିଷ୍ଠି ପାରେ ନାହିଁ: ମୁଖ୍ୟମନ୍ତ୍ରୀ