ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମନାଥ ମନ୍ଦିରର ୧୦୦୦ ବର୍ଷ ପୂର୍ତ୍ତିକୁ ଭାରତର ଅଖଣ୍ଡତାର ପ୍ରମାଣ ଭାବରେ ପ୍ରଶଂସା କରିଛନ୍ତି। ଶତାବ୍ଦୀର ଆକ୍ରମଣ ଏବଂ ଧ୍ୱଂସ ସତ୍ତ୍ୱେ ମନ୍ଦିର ସେହିଭଳି ଛିଡ଼ା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଅଦମ୍ୟ ସାହସ ଓ ସ୍ୱାଭିମାନର ପ୍ରତୀକ।
ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଅଦମ୍ୟ ସାହସ ଓ ସ୍ୱାଭିମାନର ପ୍ରତୀକ। ୨୦୨୬ ମସିହାରେ ଏହି ପବିତ୍ର ପୀଠ ଉପରେ ହୋଇଥିବା ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ ପୂରଣ ହେଉଥିବାବେଳେ, ଶତାବ୍ଦୀ ଶତାବ୍ଦୀର ସଂଘର୍ଷ ସତ୍ତ୍ୱେ ସୋମନାଥ ଆଜି ବି ବିଜୟର ସ୍ତମ୍ଭ ଭାବେ ଦଣ୍ଡାୟମାନ।
— Mohan Charan Majhi (@MohanMOdisha) January 5, 2026
ଏହି ପୁନରୁତ୍ଥାନର ଗାଥା…
ଆହୁରି ପଢ଼ନ୍ତି:Jundice Outbreak In JNV: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ
୨୦୨୬ରେ ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ ପୂରଣ
୨୦୨୬ ମସିହାରେ ଏହି ପବିତ୍ର ପୀଠ ଉପରେ ହୋଇଥିବା ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ ପୂରଣ ହେଉଥିବାବେଳେ, ଶତାବ୍ଦୀ ଶତାବ୍ଦୀର ସଂଘର୍ଷ ସତ୍ତ୍ୱେ ସୋମନାଥ ଆଜି ବି ବିଜୟର ସ୍ତମ୍ଭ ଭାବେ ଦଣ୍ଡାୟମାନ।
ଏହି ପୁନରୁତ୍ଥାନର ଗାଥା ଆମକୁ ଶିଖାଏ ଯେ ଦୃଢ ସଂକଳ୍ପ ଆଗରେ କୌଣସି ବିନାଶକାରୀ ଶକ୍ତି ତିଷ୍ଠି ପାରେ ନାହିଁ। ଆମ ଆସ୍ଥା ଓ ସନାତନ ପରମ୍ପରାର ଏହି ଅମର ଜ୍ୟୋତି ସଦାସର୍ବଦା ଭାରତୀୟ ସଭ୍ୟତାକୁ ମାର୍ଗଦର୍ଶନ କରୁଥିବ।
ସୋମନାଥର ଗୌରବମୟ ଇତିହାସ ଉପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରେରଣାଦାୟକ ଲେଖା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଜୟ ସୋମନାଥ! ସୋମନାଥ ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ୨୦୨୬ରେ ପୂରଣ ହେଉଛି। ପରବର୍ତ୍ତୀ ସମୟରେ ବାରମ୍ବାର ଆକ୍ରମଣ ସତ୍ତ୍ୱେ,ସୋମନାଥ ଅଟଳ ହୋଇ ଠିଆ ହୋଇଛି!
जय सोमनाथ!
— Narendra Modi (@narendramodi) January 5, 2026
वर्ष 2026 में आस्था की हमारी तीर्थस्थली सोमनाथ ज्योतिर्लिंग पर हुए पहले आक्रमण के 1000 वर्ष पूरे हो रहे हैं। बार-बार हुए हमलों के बावजूद हमारा सोमनाथ मंदिर आज भी अडिग खड़ा है! सोमनाथ दरअसल भारत माता की उन करोड़ों वीर संतानों के स्वाभिमान और अदम्य साहस की गाथा है,…
ଆହୁରି ପଢ଼ନ୍ତି:OMSA Protest: ଦାବିରେ ଅଟଳ ଓଏମ୍ଏସ୍ଏ,ଦୁଇ ଘଣ୍ଟା ଓପିଡି ସେବା ବନ୍ଦ, ରୋଗୀ ହନ୍ତସନ୍ତ
କାରଣ ସୋମନାଥଙ୍କ କାହାଣୀ ଭାରତ ମାତାର ଅଗଣିତ ସନ୍ତାନମାନଙ୍କ ଅତୁଟ ସାହସ ବିଷୟରେ ବଖାଣୁଛି। ଯେଉଁମାନେ ଆମ ସଂସ୍କୃତି ଏବଂ ସଭ୍ୟତାକୁ ସୁରକ୍ଷା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2026/01/05/no-destructive-force-can-stand-against-a-strong-resolve-2026-01-05-14-03-13.jpg)