ମଣିପୁରରେ କୁକି ଗୋଷ୍ଠୀର ଆତଙ୍କରାଜ: ୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ

Advertisment

ମଣିପୁର ହିଂସା ପୁଣି ଭୟଙ୍କର ହେବାରେ ଲାଗିଛି। ଗତ ସୋମବାରଠାରୁ  ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ମଣିପୁର ହିଂସା ପୁଣି ଭୟଙ୍କର ହେବାରେ ଲାଗିଛି। ଗତ ସୋମବାରଠାରୁ  ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

fhfshsfhf

ଇମ୍ଫାଲ: ମଣିପୁର ହିଂସା ପୁଣି ଭୟଙ୍କର ହେବାରେ ଲାଗିଛି। ଗତ ସୋମବାରଠାରୁ  ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ଶିଶୁ ଅଛନ୍ତି। ଏକ ୮ ମାସର ଶିଶୁକୁ ବି ସେମାନେ ଛାଡ଼ିନାହାନ୍ତି। ଶୁକ୍ରବାର ସନ୍ଧ୍ୟାରେ ଜିରି ନଦୀରେ ସମସ୍ତ ୬ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାପରେ ସ୍ଥାନୀୟ ଲୋକମାନେ ପୁଲିସରେ ଖବର ଦେଇଥିଲେ। ତୁରନ୍ତ ମୃତଦେହଗୁଡ଼ିକୁ ସିଲଚର ମେଡିକାଲ କଲେଜ  ନେଇ  ବ୍ୟବଚ୍ଛେଦ କରାଯାଇଥିଲା। ଆଜି ଜିରିବାମ୍‌ର ବୋରବେକ୍ରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାର କିଛି ସମୟ ପରେ ୬ ଜଣଙ୍କ ମୃତଦେହ ଠାବ ହୋଇଥିଲା। ସମସ୍ତ ମୃତକ  ମୈତେୟୀ ସମ୍ପ୍ରଦାୟର। ସେମାନେ ବୋରବେକ୍ରା ଥାନା ଅଧୀନସ୍ଥ ଏକ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିବାବେଳେ  ଉଗ୍ରପନ୍ଥୀମାନେ ସେଠାରେ ଆକ୍ରମଣ କରିଥିଲେ। ଶିବିର ଉପରେ ସେମାନେ  ଗୁଳିମାଡ଼ କରିବା ସହ  ଅନେକ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଗୋଟିଏ ପରିବାରର ୬ ଜଣଙ୍କୁ ଅପହରଣ କରିନେଇଥିଲେ।  ଜିରିମୁଖରେ ଜିରି ନଦୀରୁ ସମସ୍ତଙ୍କ ମୃତଦେହ ଠାବ ହେବାପରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି।

୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ
୮ ମାସର ଶିଶୁକୁ ବି ଛାଡ଼ିଲେନି
୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ
ମୁଖ୍ୟମନ୍ତ୍ରୀ, ୨ ମନ୍ତ୍ରୀ, ୩ ବିଧା‌ୟକଙ୍କ 
ବାସଭବନ ଉପରେ ଆକ୍ରମଣ

ଉଲ୍ଲେଖଯୋଗ୍ୟ, ମୃତ୍ୟୁ ହୋଇଥିବା ୬ ଜଣଙ୍କ ମଧ୍ୟରେ ଜଣେ ଜଣେ ମହିଳା, ତାଙ୍କ ୨ ଝିଅ ଏବଂ ୩ ନାତି ନାତୁଣୀ ଥିଲେ। ଇତିମଧ୍ୟରେ ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ଏହି ୬ ଜଣଙ୍କୁ ହତ୍ୟା ଘଟଣାର ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଥିବାରୁ ଏହି  ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଅନ୍ୟପକ୍ଷେ ୭ ଜିଲ୍ଲା‌ରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।  ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୌବାଲ୍‌, କାକଚିଙ୍ଗ, କୋଙ୍ଗପୋକପି ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ବନ୍ଦ ରହିଛି। ଇମ୍ଫାଲରେ ଆଜି  ଉତ୍ତ୍ୟକ୍ତ ଜନତା କୁକି ଉଗ୍ରପନ୍ଥୀଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ବାସଭବନକୁ ଘେରିଯିବା ସହ ଧସେଇ ପଶିବାକୁ ପ୍ରୟାସ କରିବାରୁ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ସହିତ ଉତ୍ତ୍ୟକ୍ତ ଜନତା ୨ ଜଣ ମନ୍ତ୍ରୀ ଓ ୩ ବିଧାୟକଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୧ ତାରିଖରେ ବୋରବେକ୍ରା ଅଞ୍ଚଳର ଏକ ଥାନା ଉପରେ କିଛି ଲୋକ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଏହି ଆକ୍ରମଣର ମୁକାବିଲା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୧ ଉଗ୍ରପନ୍ଥୀ ନିପାତ ହୋଇଥିଲେ।  ଏହାର ଜବାବରେ  ଉଗ୍ରପନ୍ଥୀମାନେ ଥାନା ନିକଟସ୍ଥ ଏକ ରିଲିଫ୍‌ ଶିବିର ଉପରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିବା ସହ ୬ ଜଣଙ୍କୁ ଅପହରଣ କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe