ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଚୂଡ଼ାନ୍ତ ରାୟ ଆଗାମୀ ଫେବ୍ରୁଆରିରେ ଆସିବ। ଏହି ମାମଲା ଏବେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ବିଚାରାଧୀନ ରହିଛି ଏବଂ ଏ ବାବଦରେ ଅନ୍ତିମ ରାୟ ପ୍ରକାଶ ପାଇଁ ଆଇସିଜେ ଫେବ୍ରୁଆରି-୨୦୧୯କୁ ଧାର୍ଯ୍ୟ କରିଛନ୍ତି। ଗୋଟିଏ ସପ୍ତାହର ଶୁଣାଣି ପରେ ରାୟ ପ୍ରକାଶ ପାଇବ ବୋଲି କୁହାଯାଇଛି। କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଏବଂ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡ ଶୁଣାଇଛି।
କୁଳଭୂଷଣ ମାମଲା ଚୂଡ଼ାନ୍ତ ରାୟ ଫେବ୍ରୁଆରିରେ
Advertisment
Follow Us