କୁଳଭୂଷଣ ବିବାଦର ଦିନକ ପରେ ଥାଇଲାଣ୍ଡ୍‌ରେ ଭେଟ ହୋଇଥିଲେ ଭାରତ-ପାକ୍‌ ଏନ୍‌ଏସ୍‌ଏ

Advertisment
କୁଳଭୂଷଣଙ୍କୁ ମିଳିଲା ୨ୟ କନସୁଲାର ଆକସେସ

dawn

ନୂଆଦିଲ୍ଲୀ: ପାକ୍‌ ସାମରିକ ଅଦଲତ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ପତ୍ନୀ ଓ ମା’ ସାକ୍ଷାତ କରିବାର ଠିକ୍‌ ପରଦିନ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରେ ଭାରତ ଓ ପାକିସ୍ତାନର ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନ୍‌ଏସ୍‌ଏ) ଭେଟ ହୋଇଥିବା ଜଣାପଡ଼ିଛି। କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କ ସହ ପାକିସ୍ତାନ ଦୁର୍ବବ୍ୟବହାର କରିଥିବା ଅଭିଯୋଗରେ ଉଭୟ ଦେଶ ମଧ୍ୟରେ ବିବାଦ ତୀବ୍ରରୂପ ଧାରଣ କରିଥିବା ବେଳେ ଉଭୟ ଦେଶର ଏନ୍‌ଏସ୍‌ଏଙ୍କ ସାକ୍ଷାତ ଆଲୋଚନା ଚର୍ଚ୍ଚାର ବିଷୟ ହୋଇଛି। ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ପାକିସ୍ତାନୀ ଏନ୍‌ଏସ୍‌ଏ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ନାସିର ଖାନ୍‌ ଜଞ୍ଜୁଆ ଗତ ୨୬ ତାରିଖରେ ବ୍ୟାଙ୍କକ୍‌ରେ ପରସ୍ପରକୁ ଭେଟି ଆଲୋଚନା କରିଥିଲେ। ଏହି ଆଲୋଚନା ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସୂଚନା ମିଳିନଥିବା ଜଣାପଡ଼ିଛି। ସେପଟେ ଏହି ସାକ୍ଷାତ ଆଲୋଚନା କୁଳଭୂଷଣଙ୍କ ପ୍ରସଙ୍ଗରେ ନୁହେଁ ବରଂ ଉଭୟ ଦେଶର ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe